ସାମ୍ବାଦିକଙ୍କ ମାତୃ ବିୟୋଗ
ାା ପ୍ରଭାନୁ୍ୟଜ ।ା ପାଣିକୋଇଲି: କଳିଙ୍ଗନଗର ଶିଳ୍ପାଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ କୈଳାସ ଚନ୍ଦ୍ର ପୃଷ୍ଟିଙ୍କ ମା’ସୀତା ଦେବୀଙ୍କ (୯୬)ଙ୍କ ଶୁକ୍ରବାର ପରଲୋକ ଘଟିଛି । ସେ କିଛି ଦିନ ଅସୁସ୍ଥ ଥିବା ବେଳେ ମସ୍ତିଷ୍କଘାତରେ ପୀଡିତ ହୋଇ ଦୁଇଦିନ ତଳେ ଡ଼ୁବୁରୀ ସ୍ଥତ ଟାଟା ମେଡିକାରେ ଭର୍ତି ହୋଇଥିଲେ । ସେଠାରେ ଚିକିତ୍ସାଧିନ ଥିବା ବେଳେ ବରଲୋକ ଘଟିଛି । ସେ ଧର୍ମପରାୟଣା ଓ ମିଷ୍ଟଭାଷୀ ଥିଲେ । ମରାଶରୀରକୁ ତାଙ୍କ ବାସସ୍ଥାନ କୋରେଇ ବ୍ଲକ ରାଧାନଗରପାଟଣାକୁ ଅଣାଯିବା ପରେ ସେଠାରୁ ପୁରୀସ୍ୱର୍ଗ ଦ୍ୱାର ନିଆଯାଇ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି । ଶେଷ ଶଯ୍ୟା ନିକଟରେ ପୁଅ, ବୋହୁ, ନାତି ନାତୁଣୀ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ପୁଅ ମହେଶ୍ୱର ମୁଖାଗ୍ନି ଦେଇଥିଲେ ।