ବାତ୍ୟା "ଦାନା’ର ପ୍ରଭାବ : ଲାଗି ରହିଛି ବର୍ଷା ଓ ପବନ

ାା ପ୍ରଭାନୁ୍ୟଜ ।ା ଯାଜପୁର : ସାମୁଦ୍ରିକ ବାତ୍ୟା ‘ଦାନା'ପ୍ରଭାବରେ ଯାଜପୁର ଜିଲାରେ ପବନ ଓ ବର୍ଷା ଗତକାଲି ଠାରୁ ଲାଗିରହିଛି । ଲଗାଣ ବର୍ଷର୍ାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଛକବଜାର ଶୁନଶାନ ହୋଇପଡ଼ିଛି । କାଁଭାଁ ଗାଡ଼ି ମୋଟର ରାସ୍ତାରେ ଗଡ଼ିଥିଲା । ଗଲା ୨୪ଘଣ୍ଟା ଭିତରେ ଜିଲାରେ ୧୦୦ମିିମିରୁ ଅଧିକ ବର୍ଷା ହୋଇଥିବା ବେଳେ ଯାଜପୁର ବ୍ଲକ, ବିଞ୍ଝାରପୁର ବ୍ଲକରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ସର୍ବନିମ୍ନ ସୁକିନ୍ଦାରେ ହୋଇଛି । ବର୍ଷା ଯୋଗୁ ବ୍ୟାପକ ଫସଲ ନଷ୍ଟ ହୋଇଛି । ଜିଲା ପ୍ରଶାସନ ଆକଳନ ମତେ ୧୮ହଜାର ହେକ୍ଟର ଚାଷ ଜମି ବର୍ଷା ଯୋଗୁ ପ୍ରଭାବିତ ହୋଇଛି । ପ୍ରଶାସନ ପକ୍ଷରୁ ପ୍ରଭାବିତଙ୍କୁ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଶୁକ୍ରବାର ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ମୌଳିକ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିବା ସହ ଆଭାସୀ ମାଧ୍ୟମରେ ବିଡିଓ ଓ ତହସିଲଦାର ମାନଙ୍କ ସହିତ ସ୍ଥାନାନ୍ତରିତ ଲୋକମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଯେଉଁମାନଙ୍କର କଚ୍ଚାଘର, କିମ୍ବା ଘରର ଅବସ୍ଥା ଠିକ୍ ନାହିଁ ସେମାନଙ୍କୁ ଆଶ୍ରୟସ୍ଥଳୀରୁ ନଛାଡ଼ିବାକୁୁ ନିଦେ୍ର୍ଦଶ ରହିଛି । ତହସିଲଦାର ଟିମ୍ ଅଞ୍ଚଳ ପରିଦର୍ଶନ କରି ଆବଶ୍ୟକତା ଥିବା ଲୋକମାନଙ୍କୁ ପଲିଥିନ ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି । କୃଷିବିଭାଗ ସୂଚନା ଅନୁଯାୟୀ ଜିଲାରେ ୧୪୦୨୦ହେକ୍ଟର ଧାନ ଜମି, ୩୩୦୬ ହେକ୍ଟର ଅଣଧାନ, ୩୪୦ହେକ୍ଟର ଉଦ୍ୟାନ କୃଷି (ପନିପରିବା) ଏହିପରି ମୋଟ ୧୭,୬୬୬ ହେକ୍ଟର ଜମି ବର୍ଷା ଜଳ ଦ୍ୱାରା ପ୍ରଭବିତ ହୋଇଛି ।୧୬ଟି ଟ୍ୟାଙ୍କର ମଧ୍ୟରେ ପାନୀୟ ଜଳ ଯୋଗାଇ ଦିଆଯାଉଛି । ୫୩ ଟି ପିଭିସି.ଟ୍ୟାଙ୍କ ଭେଇକିଲ୍ ମାଧ୍ୟମରେ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ ଆବଶ୍ୟକ ସ୍ଥଳେ ଯୋଗାଇ ଦିଆଯାଉଛି । ୪୬୪ଟି ପାଇପ ୱାଟର ସପ୍ଲାଏ ପ୍ରୋଜେକ୍ଟ କାର୍ଯ୍ୟକ୍ଷମ ଅଛି । ୭୯ଟି ଡିଜି ସେଟ୍ ପାୱାର ବ୍ୟାକଅପ ପାଇଁ ମହଜୁଦ ରହିଛି । ୨୫ତାରିଖ ଅପରାହ୍ନ ୩.୦୦ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବାତ୍ୟା ପ୍ରଭାବରେ ଜିଲାର ୧୦ଟି ବ୍ଲକ୍ ୩୧୧ଟି ପଞ୍ଚାୟତର ୧୨୧୧ଟି ଗାଁ ପ୍ରଭାବିତ ହୋଇଛି । ୧୦,୩୦,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି । ଅପରାହ୍ନ ସୁଦ୍ଧା ୫୮,୭୧୦ଜଣ ଲୋକଙ୍କୁ ୬୧୪ଟି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ଜିଲାରେ ୪୨୫ଟି ରିଲିଫ୍ ସେଣ୍ଟର୍ରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ୨ଦିନ ପାଇଁ ମାଗଣା ରନ୍ଧା ଖାଦ୍ୟ ପ୍ରଦାନ କରିବାକୁ ଅନୁମୋଦନ ହୋଇଛି । କୌଣସି ଲୋକ ମୃତାହତ ହୋଇ ନଥିବାବେଳେ ୩ଟି ସ୍ଥାନରେ ଗଛ ଭାଙ୍ଗିପଡିଛି । ୫୮୭୭ଟି ଗୋରୁଗାଈ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୨୭୦ବଡ଼ ପ୍ରାଣୀ ଓ ୧୬୦୭ଟି କ୍ଷୁଦ୍ର ପ୍ରାଣୀ ଅଛନ୍ତି । ବାତ୍ୟା ପ୍ରଭାବରେ ୩୭୬ଟି କଚ୍ଚା ଘର ଅଳ୍ପ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩ଟି କଚ୍ଚା ଘର ସଂପୂର୍ଣ୍ଣ ରୂପେ କ୍ଷତି ଗ୍ରସ୍ତ ହୋଇଛି । ତନ୍ମଧ୍ୟରୁ ବରୀ ବ୍ଲକରେ ୧ଟି, ବିଞ୍ଝାରପୁର ବ୍ଲକରେ ୩ଟି, ଦଶରଥପୁର ବ୍ଲକରେ ୪ଟି, ଯାଜପୁର ବ୍ଲକରେ ୧ଟି ଏବଂ ରସୁଲପୁର ବ୍ଲକରେ ୧ଟି କଚ୍ଚା ଘର କ୍ଷତି ଗ୍ରସ୍ତ ହୋଇଛି । ଶୁକ୍ରବାର ଅପରାହ୍ନ ୩.୦୦ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ୫୨କୁଇଣ୍ଟାଲ୍ ଚୂଡ଼ା, ୧କୁଇଣ୍ଟାଲ ଗୁଡ଼, ୫୦ଟି ପଲିଥିନ ରୋଲ୍ ବଣ୍ଟନ କରାଯାଇଛି । ଜିଲାରେ ୨୦ଟି ମେଡିକାଲ ଟିମ୍ ଓ ୧୦ଟି ପ୍ରାଣୀ ସଂପଦ ଟିମ୍ ପ୍ରଭାବିତ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି । ବାତ୍ୟା ପ୍ରଭାବରେ ଜିଲାରେ ବର୍ଷାର ପରିମାଣ ଯାଜପୁର ବ୍ଲକରେ ୬୦ମିମି, ବିଞ୍ଝାରପୁର ବ୍ଲକରେ ୬୦ମିମି, ଦଶରଥପୁର ବ୍ଲକରେ ୫୫ମିମି, ଦାନଗଦୀ ବ୍ଲକରେ ୨୫ ମିମି, ରସୁଲପୁର ବ୍ଲକରେ ୩୫.୨ ମିମି, ଧର୍ମଶାଳା ବ୍ଲକରେ ୪୦ ମିମି, ବଡ଼ଚଣା ବ୍ଲକରେ ୩୭ ମିମି, ବରୀ ବ୍ଲକରେ ୫୨ମିମି, କୋରେଇ ବ୍ଲକରେ ୨୬.୨ ମିମି. ରହିଥିବାବେଳେ ସୁକିନ୍ଦା ବ୍ଲକରେ ବର୍ଷାର ପରିମାଣ ୩ ମିମି ରହିଛି ।
ବ୍ରହ୍ମବରଦା:ବାତ୍ୟା ଦାନାର ପ୍ରକୋପ ରସୁଲପୁର ବ୍ଲକ ଅଧିନ ବ୍ରହ୍ମବରଦା ପଞ୍ଚାୟତ ଅଞ୍ଚଳରେ ଏତେଟା ପ୍ରଭାବ ପକାଇ ପାରି ନଥିଲେ ମଧ୍ୟ ଲଗାଣ ବର୍ଷା ଲାଗିରହିଛି । ତୁହାକୁ ତୁହା ପବନ ମିଶା ବର୍ଷା ଲାଗିରହିଥିବାରୁ ଲୋକେ ପଦାକୁ ବାହାରିବା ଗୋଟେ ପ୍ରକାର ମୁସକିଲ ହୋଇ ପଡିଛି । ଏବେ ଧାନ ଅମଳ ସମୟ ହୋଇଥିବାରୁ ଅଞ୍ଚଳର ଚାଷୀ ଭାଇ ମାନେ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛନ୍ତି । ପାଚିଲା ଧାନ ଗଛ ସବୁ ପବନରେ ନଇଁ ପଡିବା ସହ କେତେକାଂଶରେ ପାଣିରେ ବୁଡି ଯାଇଥିବାର ଦେଖିବାକୁ ମିଳିଛି । ତେଣୁ କ୍ଷତିଗ୍ରସ୍ତ ଚାଷୀଭାଇ ମାନଙ୍କୁ ସରକାରୀ ଆକଳନ ମୁତାବକ କ୍ଷତିପୂରଣ ଦେବାକୁ ମଧ୍ୟ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଯାଜପୁର ଜିଲାକୁ ବର୍ଷାକୁ ନେଇ ରେଡ ୱାର୍ଣ୍ଣିଂ ଜାରି ହୋଇଥିବାରୁ ଆଗକୁ ଆହୁରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ସ୍ଥିତି ଆହୁରି ବିଗିଡିବାର ସମ୍ଭାବନା ରହିଛି । ବିଲବାଡିରେ ବର୍ଷା ପାଣି ଭର୍ତି ହୋଇଯିବା ଦ୍ୱାରା ବଣୁଆ ସରୀସୃପ ଓ ବିଷାକ୍ତ ସାପ ମାନଙ୍କ ପ୍ରତି ଲୋକ ମାନଙ୍କ ମନରେ ଭୟ ଉପୁଜିଛି । ସାଧାରଣତଃ ସାପ କାମୁଡ଼ିଲେ ଜରୁରୀକାଳୀନ ସମସ୍ୟା ପାଇଁ ବ୍ରହ୍ମବରଦା ଠାରୁ ୧୪ କିଲୋମିଟର ଦୂର ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ୨୦କିଲୋମିଟର ଦୂର ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡିବ । ଯାହାକୁ ନେଇ ଲୋକେ ଏବେ ଆତଙ୍କିତ ହୋଇ ରହିଛନ୍ତି ।
ଦଶରଥପୁର: ବାତ୍ୟା ଦାନାର ପ୍ରଭାବରେ ଦଶରଥପୁର ବ୍ଲକରେ ଗତ କାଲି ସନ୍ଧ୍ୟା ଠାରୁ ବର୍ଷା ଲାଗି ରହିଛି । ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଫଳରେ ବ୍ଲକର ଜନ ଜୀବନ ଅସ୍ତବେସ୍ତ ହୋଇପଡିଛି । ଏହି ବର୍ଷା ସାଙ୍ଗକୁ ପ୍ରାୟ ୫୦ରୁ ୬୦ କିଲୋମିଟର ପବନ ବହୁଥିବା ବେଳେ ଲୋକେ ନାହିଁ ନଥିବା ପରିସ୍ଥିତିର ସାମ୍ନା କରିଛନ୍ତି । ଗତ ୨୦ ଘଣ୍ଟା ମଧ୍ୟ୍ୟରେ ୧୦୦ରୁ ଉର୍ଦ୍ଧ ମିଳିମିଟର ବର୍ଷା ଏହି ବ୍ଲକ ହେଇଥିବାର ଜଣାପଡିଛି । ତଳିଆ ଅଞ୍ଚଳରେ ବର୍ଷା ଜଳ ଦେଖିବାକୁ ମିଳିଛି । ବର୍ଷାର ପ୍ରକପକୁ ଦେଖି ବ୍ଲକର ସମସ୍ତ ବଜାର ଘାଟ ପ୍ରାୟ ବନ୍ଧ ରହିଥିବା ଦେଖିବାକୁ ମିଳିଛି । ଝୁମ୍ପୁରୀ, କାଟିଆ, ମଙ୍ଗଳପୁର, ବୋଉଳାଙ୍ଗ, ରାମବାଗ, ଅହିୟାସ, କଁୟାଗୋଲା ଆଦି ବନ୍ଧ ରହିଥିଲା । ରାସ୍ତା ଗାଡ଼ି ମଟର ମଧ୍ୟ୍ୟ କାଁଭା ଚଳାଚଳ କରୁଛି । ପ୍ରାଥମିକ ଆକଳନ ଅନୁଯାୟୀ ଏହି ବର୍ଷା ବ୍ଲକରୁ ପ୍ରାୟ ୫୦ରୁ ଉର୍ଦ୍ଧ କଚା ଘର କ୍ଷେତିଗ୍ରସ୍ତ ହେଇଥିବାର ଖବରମିଳିଛି । ବର୍ଷାରେ ବ୍ୟାପକ ଧାନ ଚାଷ ନଷ୍ଟ ହୋଇଥିବା ବେଳେ ପରିବା ଚାଷ ମଧ୍ୟ୍ୟ ଉଜୁଡି ଯାଇଛି । ଫଳରେ ଚାଷୀ ମୁଣ୍ଡରେ ହାତ ଦେଇବସିଛି । ଦିନତମାମ ଲଗାଣ ବର୍ଷା ଲାଗିଥିବାରୁ ଲୋକେ ଘରୁ ବାହାରି ପାରିନଥିବା ବେଳେ ସେମାନଙ୍କର ଦୈନ ଦିନ କାର୍ଯ୍ୟ ବ୍ୟଘାତ ହେଇଛି ।
ଏକର ଏକର ପରିବା ଫସଲ ଅସୁରକ୍ଷିତ
କୁଆଖିଆ: ବାତ୍ୟା "ଦାନା" ପାଇଁ ରସୁଲପୁର ବ୍ଲକ ପ୍ରଶାସନ ପକ୍ଷରୁ ଲୋକମାନଙ୍କ ସୁରକ୍ଷା ନେଇ ବ୍ୟାପକ ବନେ୍ଦାବସ୍ତ କରାଯାଇଥିବା ବେଳେ ଚାଷର ପରିବା ଝୁଡି କୁହା ଯାଉଥିବା ବ୍ଲକ ଅଂଚଳ ଏବେ ଅସୁରକ୍ଷିତ ଅବସ୍ଥାରେ ଅଛି । ବାତ୍ୟା ଦାଉରୁ ରକ୍ଷା ପାଇଁ ପ୍ରଶାସନ ଲୋକ ମାନଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳୀରେ ରଖି ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିଥିବା ବେଳେ ବର୍ତମାନ ଲଗାଣ ଝିପିଝିପି ବର୍ଷା ଚାଷୀର ଭାତହାଣ୍ଡି ପ୍ରତି ବିପଦ ଆଶଙ୍କା ସୃଷ୍ଟି କରିଛି । ବ୍ଲକର ପରିବା ଝୁଡି ଅପ୍ସଚଳ ଭାବରେ ପରିଚିତ ବଡ଼ କଇଁଚି, ଗନ୍ଧଣ, ଟିକରପଡା, ନଠୁଆବର, ଓଡିଶୋ, ଯାବରା, ବାରବାଟୀ, ମୁଗପାଳ, ଭୋଟକା ପ୍ରଭୃତି ପରିବା ଜାତୀୟ ଫସଲ ଉପରେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ଦେଖାଦେଇଛି । ଏକ ମାସ ତଳୁ ଚାଷୀମାନେ ଜମିକୁ ପ୍ରସ୍ତୁତ କରି ଲଗାଇଥିବା କୋବି, କଲରା, ବାଇଗଣ ,କାକୁଡି ଓ ଝୁଡଙ୍ଗ ଆଦି ଫସଲ ଜମିରେ ଲଗାଣ ବର୍ଷା ପାଣି ଜମିରହିଛି । ଯାହା ଗଛର ମୁଳପ୍ରତି ବିପଦ ସୃଷ୍ଟି କରୁଛି । ଯେଉଁ କେତେକ ଢିପ ଜମିରେ କୋବି ଓ କଲରା, ସାରୁ ଜାତୀୟ ଫସଲ ଲାଗିଥିଲା ସେଗୁଡିକ ପବନ ଯୋଗୁଁ ମୁଳ ଦୋହଲି ସେଥିରେ ବର୍ଷା ପାଣି ପଶି ଚେର ନଷ୍ଟ ହେବାର ସମ୍ଭାବନା ଥିବାବେଳେ ଖାଲ ଜମି ମାନଙ୍କରେ ଲାଗିଥିବା କୋବି ଓ ବାଇଗଣ ଜାତୀୟ ଫସଲରେ ବର୍ଷା ପାଣି ଜମି ସନ୍ତସନ୍ତିଆ ହେଇଛି ଯାହା ମୁଳସଢା ରୋଗ ହେବାର ସମ୍ଭାବନା ମଧ୍ୟ ରହିଛି । ଯଦି ବର୍ଷା ଏହିପରି ଲାଗି ରହେ ତେବେ ଚାଷୀମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଲଗାଇଥିବା କୋବି, କଲରା, ଝୁଡଙ୍ଗ ପ୍ରଭୃତି ସୂକ୍ଷ୍ମ ଜାତୀୟ ଫସଲ ଗୁଡିକ ନଷ୍ଟ ହେବାର ସମ୍ଭାବନା ରହିଛି ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି । 
୭ଜଣ ପ୍ରସୂତିଙ୍କ ମାତୃତ୍ୱଲାଭ
ଧର୍ମଶାଳା: ବାତ୍ୟା ଦାନା ପ୍ରଭାବ ପାଇଁ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଶାସନ ପକ୍ଷରୁ ରଖାଯାଇଥିବା ୩୯ଜଣ ପ୍ରସୂତିଙ୍କ ମଧ୍ୟରୁ ୭ ଜଣ ମାତୃତ୍ୱଲାଭ କରିଛନ୍ତି । ବାତ୍ୟା ପାଇଁ ସରକାରଙ୍କ ନିଦେ୍ର୍ଦଶ ଅନୁଯାୟୀ ୪୪ଜଣ ପ୍ରସୂତି ମହିଳାଙ୍କୁ ଚିହ୍ନଟ କରାଯାଇ ୩୯ଜଣଙ୍କୁ ଜଣଙ୍କୁ ଗୋଷ୍ଠି ସ୍ୱସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ୭ଜଣ ମାତୃତ୍ୱଲାଭ କରିଛନ୍ତି । ଏହି ନବଜାତଙ୍କ ମଧ୍ୟରେ ୪ଜଣ କନ୍ୟା ଓ ୩ଜଣ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ନେଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସୁଧିର କୁମାର ସାହୁ ସୂଚନା ଦେଇଛନ୍ତି ।
ବିପନ୍ନଙ୍କୁ ଅଂଶୁମାନ ଟ୍ରଷ୍ଟ ପକ୍ଷରୁ ସହାୟତା
ସ୍ୱେଛସେବୀ ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବାତ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଓ ପାଲ ବଂଟନ କରାଯାଇଛି । ଟ୍ରଷ୍ଟ ପକ୍ଷରୁ ବିଧାୟକ ହିମାଂଶୁ ଶେଖର ସାହୁ ଓ ତାଙ୍କ ସମର୍ଥକ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳି ଓ ବିଭିନ୍ନ ଗାଁକୁ ଯାଇ ବାତ୍ୟା ପ୍ରଭାବିତ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୀଡିତମାନଙ୍କୁ ସହାୟତା ଯୋଗାଇ ଆସୁଥିବା ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଚଳିତ ବାତ୍ୟା ଦାନାରେ ପ୍ରଭାବିତ ଲୋକମାନଙ୍କ ଘରେ ପହଁଚି ଶୁଖିଲା ଖାଦ୍ୟ ଓ ଜରିପାଲ ବଣ୍ଟନ କରାଯାଇଛି । ଟ୍ରଷ୍ଟର ସମ୍ପାଦକ ତଥା ଧର୍ମଶାଳା ବିଧାୟକ ଶ୍ରୀ ସାହୁଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଚୁଡା, ଚିନି, ଅଟା, ମହମବତି, ମାଚିସ ଆଦି ପ୍ୟାକେଟ କରାଯାଇ ବିପନ୍ନ ପରିବାରକୁ ଯୋଗାଇ ଦିଆଯାଇଛି । ନିର୍ବାଚନ ମଣ୍ଡଳିର ପ୍ରତ୍ୟେକ ପ୍ରଭାବିତ ଗ୍ରାମକୁ ବିଧାୟକ ନିଜ ସହଯୋଗୀ ମାନଙ୍କ ସହିତ ପହଁଚି ସେମାନଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ଓ ପାଣି ପାଉଚ ବଂଟନ କରିଛନ୍ତି । ଟ୍ରଷ୍ଟର ଏହି ସହାୟତାରେ ରାଜେଶ କୁମାର ପାଲ, ଲୋକନାଥ ମହାନ୍ତି, ଜିତେନ୍ଦ୍ର ରାଉତ, ଗୌତମ ସାହୁ, ଅଂଶୁମାନ ରଥ ପ୍ରମୁଖ ସହଯୋଗ କରିଥିଲେ ।
ରିଲିଫ ଘୋଷଣା ପାଇଁ ଦାବି କଲେ ପ୍ରମିଳା
ବିଞ୍ଝାରପୁର:ବିଞ୍ଝାରପୁର ବ୍ଲକରେ ଦାନା ବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଜରୀ, ପ୍ରୀତିପୁର, ଅଳକୁଣ୍ଡ,ଚନ୍ଦ୍ରମୁଁ ଆଦି କେତେକ ସ୍ଥାନରେ ବଡ଼ ବଡ଼ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ସକାଳୁ ସକାଳୁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ସେଗୁଡିକୁ ସଫା କରି ଗମନାଗମନ କୁ ସ୍ୱାଭାବିକ କରିଛନ୍ତି । ସେହିପରି ଜରୀ, ବାଙ୍ଗରା, ଉତରକୁଳ, ଉଡ୍ରଙ୍ଗ ଆଦି ସ୍ଥାନରେ କେତେକଙ୍କ ଚାଳ ଛପର ଘର ଭାଙ୍ଗି ଥିବା ଜଣାପଡିଛି । ଧାନ, ବିରି, ମୁଗ ଆଦି ଫସଲ ମଧ୍ୟ ବହୁଳ ଭାବେ ପ୍ରଭାବିତ ହୋଇଥିବା ଜଣାଡ଼ିଛି । ବାତ୍ୟା ପରେ ଜିଲାପାଳ ପି. ଅନୂଷା ରେଡି ବିଞ୍ଝାରପୁର ଗସ୍ତରେ ଆସି ସ୍ଥିତି ସମୀକ୍ଷା କରି ବିପନ୍ନ ମାନଙ୍କୁ ରାନ୍ଧଖାଦ୍ୟ ଯୋଗାଇଦେବା ସହିତ ବାସହରା ମାନଙ୍କୁ ପାଲଥିନ ଓ ଅନ୍ୟାନ୍ନ ସାମଗ୍ରୀ ଯୋଗାଇ ଦେବାକୁ ତହସିଲ ପ୍ରଶାସନକୁ ନିଦେ୍ର୍ଦଶ ଦେଇଛନ୍ତି । ଅନ୍ୟପକ୍ଷରେ ବିଞ୍ଝାରପୁର ବ୍ଲକ ଓ ଦଶରଥପୁର ବ୍ଲକ ଚଳିତ ବାତ୍ୟାରେ ବ୍ୟାପକ କ୍ଷୟ କ୍ଷତି ହୋଇଥିଲେ ମଧ୍ୟ ସରକାର ଏହି ଅଞ୍ଚଳକୁ ରିଲିଫ ଘୋଷଣା କରିନଥିବାରୁ ବିଧାୟିକା ପ୍ରମିଳା ମଲ୍ଲିକ କ୍ଷୋଭ ପ୍ରକାଶ କରିବା ସହିତ ଜିଲ୍ଲାପାଳ ଓ ଏଡିଏମଙ୍କ ନିକଟରେ ରିଲିଫ ଘୋଷଣା ପାଇଁ ଦାବି କରି ସରକାରଙ୍କ ଉପରେ ଖୁବ ବାର୍ଷିଛନ୍ତି । ବାତ୍ୟାକୁ ନେଇ ଫଟୋ ଉଠା ରାଜନୀତି ନକରି ସରକାର ଓ ପ୍ରଶାସନ ତୁରନ୍ତ ଲୋକଙ୍କ ଦୁଃଖ ଶୁଣନ୍ତୁ ବୋଲି ପ୍ରମିଳା କହିଛନ୍ତି । ବାତ୍ୟା ପରେ ଲଗାଣ ବର୍ଷା ଯୋଗୁଁ ଗୃହ