କୃମି ନାଶକ ଦିବସର ଶୁଭାରମ୍ଭ
ଜଗତସିଂହପୁର: ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ କୃମିନାଶକ ଦିବସ ଜିଲ୍ଲା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ମିଶନ ନିଦେ୍ର୍ଦଶକ ଡାକ୍ତର ଶତ୍ରୁଘ୍ନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଡ଼ା ଶ୍ରୀ ଦାଶ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ମହୋଦୟ ନିଜ ଅଭିଭାଷଣରେ ଉତ୍ତମ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଇଁ ଆବଶ୍ୟକ, ସେଥିନିମନ୍ତେ ସଜାଗ ହେବାପାଇଁ ସମସ୍ତଙ୍କୁ ଉପଦେଶ ଦେଇଥିଲେ ଓ କୃମିନାଶକ ବଟିକା ସମସ୍ତେ ଖାଇବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତର ପ୍ରମୋଦ କୁମାର ବାରିକ, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା, ପ୍ରଧାନଶିକ୍ଷକ ମିହିର କୁମାର ପାଲ, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସଚଳା ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ରାଜ୍ୟଶ୍ରୀ ସାହୁ, ମନୋରଞ୍ଜନ ମହାପାତ୍ର, ସ୍ୱସ୍ତି ମହାନ୍ତି, ଅମିତା ପଣ୍ଡା, ସୋନିଆ ବୋଷ, ସୁଜାତା ପ୍ରିୟମ୍ବଦା ଦାଶ, ଜ୍ୟୋତି ରଞ୍ଜନ ପରିଡା, ଦୀପ୍ତିମୟୀ ଷଡଙ୍ଗୀ, ଆଶା କର୍ମୀ, ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ବିଜୟଲକ୍ଷ୍ମୀ ଦାସ, ସସ୍ମିତା ଶତପଥୀ ପ୍ରମୁଖ ଯୋଗଦେଇ କହିଲେ କୃମିଦ୍ୱାରା ପିଲାମାନେ ଅପପୁଷ୍ଟି ଓ ରକ୍ତହୀନତାରେ ଆକ୍ରାନ୍ତ ହୋଇ କ୍ଲାନ୍ତ ଅନୁଭବ କରନ୍ତିି, ପାଠ ପଢ଼ାରେ ମନ ଲାଗେନାହିଁ, ତେଣୁ ସମସ୍ତେ ୧ରୁ ୧୯ ବର୍ଷ ବୟସର ପିଲାମାନେ କୃମି ନାଶକ ବଟିକା ଖାଇବା ଉଚିତ୍ ବୋଲି କହିଥିଲେ, ଯେଉଁମାନେ ଫେବୃଆରୀ ୧୦ ତାରିଖରେ କୌଣସି କାରଣରୁ ଖାଇ ପାରିବେନାହିଁ ସେହିମାନେ ୧୭ ତାରିଖରେ ମପ ଅପ ଦିବସରେ ନିଶ୍ଚୟ ଖାଇବେ । ତେଣୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଅଭିଭାବକ, ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମକର୍ତ୍ତାଙ୍କୁ ଅନୁରୋଧ ଏହି କାର୍ଯ୍ୟକ୍ରମରେ ସହଯୋଗ କରି ସଫଳ କରିବା ବୋଲି ସେ କହିଥିଲେ ।