ମରଣଯନ୍ତା ପାଲଟିଛି ଏରସମା-ମଣିଜଙ୍ଗା ରାସ୍ତା

 ଜଗତସିଂହପୁର:   କଟକ - ପାରାଦ୍ୱୀପ ରାଜପଥକୁ ସଂଯୋଗ କରୁଥିବା ମଣିଜଙ୍ଗା - ଏରସମା ରାସ୍ତା ପାଲଟିଛି ମରଣଯନ୍ତା । ମଣିଜଙ୍ଗା ଠାରେ ଥିବା ପୂର୍ତ୍ତ ଓ ଗ୍ରାମ୍ୟଉନ୍ନୟନ ବିଭାଗ ଯନ୍ତ୍ରୀ ଓ ଠିକଦାରଙ୍କ ସଲାସୁତୁରାରେ ଏହି ରାସ୍ତାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପାଣିରେ ପଡିଛି । ମଣିଜଙ୍ଗା -ଏରସମା ରାସ୍ତାରେ ବାଲି ବୋଝେଇ ହାୱା, ଇଟା ବୋଝେଇ ଟ୍ରକ, କାଠ ବୋଝେଇ ଟ୍ରାକ୍ଟର, ଟ୍ରକ ମାତ୍ରାଧିକ ଗାଡି ଯାତାୟତ ଯୋଗୁଁ ପିଚୁ ତାଡିହୋଇ ପ୍ରାୟ ୨ରୁ ୩ ପୁଟ ବଡ଼ ବଡ଼ ଗର୍ତ୍ତ ହୋଇ ରାସ୍ତା ମରଣଯନ୍ତା ପାଲଟିଥିବାରୁ ସାଧାରଣ ନିରୀହ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ନେଇ ଯାତ୍ରୀମାନେ ଅଭିଯୋଗ ଉଠାଇଛନ୍ତି । ଏହି ମୁଖ୍ୟ ରାସ୍ତାରେ ଦୈନିକ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ଚଳାଚଳ ହେଉଛି । ଗାତରେ ଗାଡି ପଡି ବହୁ ସମୟରେ ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଛି । ଏହି ରାସ୍ତାଟି ମରଣାଯନ୍ତା ପାଲଟିଥିବାରୁ ଏହି ରାସ୍ତା ଦେଇ ଏରସମାରୁ ଦୈନିକ ବହୁ ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ସହିତ ଜରୁରୀକାଳୀନ ସେବାରେ ବାଧା ସୃଷ୍ଟି ହେଉଥିବା ନେଇ ସମାଜସେବୀ ରଞ୍ଜନ ଖୁଣ୍ଟିଆ ଅଭିଯୋଗ ଉଠାଇଛନ୍ତି । ଏରସମା ମଣିଜଙ୍ଗା ରାସ୍ତାର ନୂଆପୋଖରି, ପୁରୀଜେନା ଛକ, ଜଗନ୍ନାଥପୁର ନାଳପୋଲ, ସାଗବାରିଆ ଦଳିତ ସାହି ପାଖ ଇତ୍ୟାଦି ରାସ୍ତାରେ ବଡ଼ ବଡ଼ ଖାଲ ହୋଇ ଗାଡି ଚକା ପଡି ବହୁଯାତ୍ରୀ ର୍ଦୁଘଟଣାର ଶିକାର ହେଉଥିବା ନଜର ଆସିଛି ।  ଆଗକୁ ନୂତନବର୍ଷ ଆସୁଥିବାରୁ ବହୁ ଲୋକ ଏହି ରାସ୍ତା ଦେଇ ଶିଆଳି ବନ ଭୋଜି କରିବାକୁ ଯାଇଥାନ୍ତି, ବହୁ ଜନଗହଳି ପୂର୍ଣ୍ଣ ଏହି ରାସ୍ତାରେ ଗାଡି ଦୁର୍ଘଟଣା ହେବାର ସମ୍ଭାବନା ରହିଥିବା ବେଳେ, ଦୈନିକ ଏହି ରାସ୍ତା ଦେଇ ଗୃହ ଓ ରାସ୍ତା ବିଭାଗର ଅଧିକାରୀ ଯାଉଥିଲେ ମଧ୍ୟ ସବୁ ଦେଖି ନ ଦେଖିଲା ଭଳି ହେଉଛନ୍ତି ଅଧିକାରୀ । ସେହିପରି ନୂଆପୋଖରୀ ଠାରେ ଚାଲିଥିବା ସିମେଣ୍ଟ ଇଟା ପଡି ରାସ୍ତା ଚଉଡା ହେଉଥିବା ସ୍ଥାନ ଏତେ ନିମ୍ନମାନର ହେଉଛି ଯେ, ନ କହିବା ଭଲ । ସିମେଣ୍ଟ ଇଟା ପଡିବାର ଗୋଟିଏ ସପ୍ତାହ ଯାଉନି । ନିକଟରେ ସାମିଲ ହୋଇଥିବାରୁ କାଠ ଗାଡି ଚଢିବା ଫଳରେ ଦୁଇ ତିନି ଫୁଟ ଗାତ ହୋଇଯିବା ଅଭିଯୋଗ ହେଉଛି । ହେଲେ ସବୁ ଦେଖି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ଯଦି ଆଗମୀ ଦିନରେ ଏ ନେଇ କିଛି ପଦକ୍ଷେପ ନ ହୁଏ, ତେବେ ସ୍ଥାନୀୟ ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏହି ରାସ୍ତା ଉପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।