କୃଷକ ପରାମର୍ଶ କେନ୍ଦ୍ରରେ ତାଲା
ାା ପ୍ରଭାନୁ୍ୟଜ ।ା ପାଣିକୋଇଲି: ବର୍ଷକ ତଳେ କୋରେଇ ବ୍ଲକ ସାଦକପୁର ଠାରେ କୃଷକ ପରାମର୍ଶ କେନ୍ଦ୍ର ଖୋଲା ଯାଇଥିଲା । ଚାଷ ବିଷୟରେ ତଥ୍ୟ ଓ କିଭଳି ଚାଷ କଲେ କେତେ ଉପାର୍ଜନ କରିପାରିବ ସେ ବିଷୟରେ ଜାଣିବାପାଇଁ ରାଜ୍ୟ ସରକାର ପଞ୍ଚାୟତରେ କୃଷକ ପରାମର୍ଶ କେନ୍ଦ୍ର ଖୋଲାଯାଇଥିଲା । ଲକ୍ଷାଧିକ ଟଙ୍କା ବିନିଯୋଗରେ ପରାମର୍ଶ କେନ୍ଦ୍ର ଖୋଲା ଯାଇଥିଲେ ହେଁ ବର୍ଷଯାକ ତାଲା ଝୁଲୁଛି । ସରକାର ପରାମର୍ଶ କେନ୍ଦ୍ର ଯେଉଁ ଉଦେଶ୍ୟରେ ଖୋଲା ଯାଇଥିଲା, ତାହା କାମରେ ଲାଗୁନି । ଏଥିପ୍ରତି ସରକାର ତତ୍ପରତା ଦେଖାଇ ଦେଖାଇବା ପୂର୍ବକ ପରାମର୍ଶ କେନ୍ଦ୍ର ଖୋଲିବା ଦିଗରେ ପଦକ୍ଷେପ ନେବାକୁ ଦାବି କରାଯାଇଛି ।