ଗୋଶାଳା ସଫେଇ କଲେ ବିଧାୟକ
ାା ପ୍ରଭାନୁ୍ୟଜ ।ା ସୋର: ସୋର ବ୍ଲକ ବାଳଙ୍ଗ ପଞ୍ଚାୟତ ରେଓଦା ଗ୍ରାମର "ପୂଜ୍ୟପୂଜା ସଂସଦ ସେବା ସଂଗଠନ’ ପରିବାରର ସମସ୍ତ ସଭ୍ୟସଭ୍ୟା ଏବଂ ସୋର ବିଧାୟକ ଗୋଶାଳା ଓ ବୃଷଭ ସେବା କେନ୍ଦ୍ରରେ ପହଞ୍ଚô ସଫେଇ କାର୍ୟ୍ୟ କରିଛନ୍ତି । ଚଳିତ ୭ ତାରିଖରେ ଗୋଶାଳାର ଶତବାର୍ଷିକୀ ପାଳନ କରାଯିବାକୁ ଥିବା ବେଳେ ଗୋଶାଳାର ସମ୍ପାଦକ ଡମ୍ବରୁଧର ନାୟକ ଓ ସଂସଦ ପରିବାର ଉପସ୍ଥିତ ରହି ସଫେଇ କାର୍ୟ୍ୟ କରିବାକୁ ନିବେଦନ କରିଥିଲେ । ତେଣୁ ଆଜି ସକାଳେ ସଂସଦର ସଦସ୍ୟ ସଦସ୍ୟାଙ୍କ ସମେତ ସୋର ବିଧାୟକ ମାଧବ ଧଡ଼ା, ପାରିଷଦ ରଞ୍ଜନ ଦାସ ଗୋଶାଳା ସମେତ ବୃଷଭ ସେବା କେନ୍ଦ୍ରରେ ସଫେଇ କରିଥିଲେ । ଏହି କାର୍ୟ୍ୟକ୍ରମରେ ପରିଷଦର ସଭାପତି ଅକ୍ଷୟ କୁମାର କର ଓ ସମ୍ପାଦକ ଅଜୟ କୁମାର ଦାସ ଏବଂ ସଭ୍ୟ ଶ୍ରୀକାନ୍ତ ଧଳ, ସୁବ୍ରତ ମହାନ୍ତି, ଶିକ୍ଷକ ମାନସ ରଞ୍ଜନ ପାଣିଗ୍ରାହୀ, ଭଗବାନ ଦାସ, ଚନ୍ଦ୍ରଶେଖର ବେହେରା, ସୁଶାନ୍ତ ଚଣ୍ଡ, ପ୍ରଦୀପ ସାମଲ, ମିନତି ପଣ୍ଡା, ମାନସୀ ପଲେଇ, ସୁକାନ୍ତି ସାହୁ, ଚମ୍ପାବତୀ ପଣ୍ଡା, ଛବିରାଣୀ ଜେନା ପ୍ରମୁଖ ଯୋଗଦାନ କରିଥିଲେ ।