ପକ୍ଷୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଚିଲିକା: ଚିଲିକା ବ୍ଲକ୍ ମାନସିଂହପୁରଠାରେ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଟାଙ୍ଗି ରେଞ୍ଜର ବିରାଜ ଦାଶଙ୍କ ତତ୍ତ୍ୱାବଧାନରେ ପକ୍ଷୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ସମାଜସେବୀ ଧନେଶ୍ୱର ବିଧାର, ଚିଲିକା ଆଦ୍ରଭୂମି ସଂରକ୍ଷଣ ସମିତି ସମ୍ପାଦକ ଲକ୍ଷ୍ମୀଧର ବେହେରା, ଉପସଭାପତି ସଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଚିଲିକା ଅଞ୍ଚଳରୁ ପକ୍ଷୀ ଶିକାର ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସାମୁହିକ ଶପଥ ପାଠ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବାସିନ୍ଦା ଓ କମିଟିର ସଭ୍ୟମାନେ ବନ୍ୟପ୍ରାଣୀ ବିଭାଗକୁ ସୋରଣ ଜେଟି ନିକଟରେ ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର କରିବା, ପାଟ୍ରୋଲିଂକୁ ଆହୁରି କଡାକଡି କରିବା, ବାଲିଆରୁ କାଳୁପଡା ପର୍ଯ୍ୟନ୍ତ ଚିଲିକା କୂଳରେ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଦାବି କରିଥିଲେ । ସଭା ଶେଷରେ ସୋରଣ ବିଭଗ ଫରେଷ୍ଟର ଜିତେନ୍ଦ୍ର କୁମାର ନାୟକ ଧନ୍ୟବାଦ ଦେଇଥିଲେ ।