ପଲ୍ଲୀଶ୍ରୀ ମେଳା ଓ ଜମ୍ବୁଦୀପ ମହୋସବ ଉଦ୍ଘାଟିତ

 କେନ୍ଦ୍ରାପଡା:  କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ମହାକାଳପଡା ବ୍ଲକ ଅଧିନ ରାମନଗର ପଞ୍ଚାୟତର ମା ରାମଚଣ୍ଡୀ ପୀଠ ଠାରେ ପ୍ରଥମ କରି ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଜମ୍ବୁଦୀପ ମହୋସôବ ଉଦ୍ଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ଡ଼ଃ ଦୁର୍ଗା ପ୍ରସନ୍ନ ନାୟକ, ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ବିଜେପି ନେତା ତଥା ହାସ୍ୟ ଅଭିନେତା ହରିହର ମହାପାତ୍ର, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ବିଡିଓ ସୈାମ୍ୟଶ୍ରୀ ପାଣିଗ୍ରାହୀ, ତହସିଲଦାର ଶିବ ପ୍ରସାଦ ମଲିକ, ଅତିରିକ୍ତ ତହସିଲଦାର ପ୍ରଭନ ମିଶ୍ର ପ୍ରମୁଖଖ ମଂଚାସୀନ ଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ମା ରାମଚଣ୍ଡୀଙ୍କ ଦର୍ଶନ ପରେ ପୂଜାଅର୍ଚ୍ଚନା କରି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ନିଜ ବକ୍ତବ୍ୟରେ ସେ କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇବାକୁ ଥିବବେଳେ ଗୁରୁତ୍ୱପୂ୍ର୍ଣ ର୍କାଯ୍ୟପାଇଁ ଆସି ପାରି ନହାଁନ୍ତି ।  ତଥାପି ତାଙ୍କ ସଦିଚ୍ଛା ଜିଲ୍ଲାପ୍ରତି ରହିଛି ବୋଲି କହିବା ସହ ଜିଲ୍ଲାବାସୀଙ୍କ ଅନେକ ଦିନର ଦାବି କେନ୍ଦ୍ରାପଡା ରେ ମେଡିକାଲ କଲେଜ ଓ ହସପିଟାଲ ସ୍ଥାପନ କରିବା ଓ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟ କୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା ପ୍ରସଙ୍ଗ ସରକାରଙ୍କ ଅଗ୍ରାଧିକାର ଭିତିରେ ବିଚାରଧୀନ ରହିଛି । ଏହା ନିଶ୍ଚିନ୍ତ ଭାବେ ଜିଲ୍ଲାରେ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ପ୍ରାଚୀନ ଐତିହ ଓ ସଂସ୍କୃତିପୂର୍ଣ୍ଣ କେନ୍ଦ୍ରାପଡା ଜିଲ୍ଲାର ସର୍ବାଙ୍ଗିନ ବିକାଶ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି । ପଲ୍ଲୀଶ୍ରୀ ମେଳାରେ ଓରମାସ ପକ୍ଷରୁ ଓ ଅନ୍ୟ ଜିଲ୍ଲାରୁ ପ୍ରାୟ ୮୦ରୁ ଉଦ୍ଧ୍ୱର୍ ଷ୍ଟଲ ଖୋଲାଯାଇ ଗ୍ରାମାଂଚଳର ଉତ୍ପାଦିତ ସାମଗ୍ରୀ ବିକ୍ରୟ ପାଇଁ ବ୍ୟବସ୍ଥା କରାଯାଇଛି । ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପଲ୍ଲୀଶ୍ରୀ ମେଳାର ପ୍ରତ୍ୟେକ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ଆଲୋଚନା ଚକ୍ର ଅନୂଷ୍ଠିତ ହେବ ବୋଲି ଜଣାପଡିଛି । ତେବେ ସ୍ଥାନୀୟ ବିଧାୟକ ଡ଼ଃ ଦୁର୍ଗା ପ୍ରସନ୍ନ ନାୟକଙ୍କ ପ୍ରତ୍ୟେକ୍ଷ ଉଦ୍ୟମ ଓ ପ୍ରୋସôାହନରେ ପ୍ରଶାସନ ପକ୍ଷରୁ ଏହି ଉଭୟ କାର୍ଯ୍ୟକ୍ରମ ପ୍ରଥମ କରି କରାଯାଇ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଉସôାହ ପରିଲକ୍ଷିତ ହେବା ସହ ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।