ଦ୍ୱିତୀୟ ଦିନରେ ରାଜଭବନ ଉଦ୍ୟାନ ପରିଦର୍ଶନ କଲେ ୧୪ ହଜାର 

ଭୁବନେଶ୍ୱର : ଭୁବନେଶ୍ୱର ରାଜଭବନ ଉଦ୍ୟାନ ଖୋଲା ହେବାର ଦ୍ୱିତୀୟ ଦିନ ଅପରାହ୍ନରେ ଆପ୍ ମାଧ୍ୟମରେ ପଞ୍ଜିକରଣ କରିଥିବା ୧୪ ହଜାରରୁ ଊଦ୍ଧ୍ୱର୍ ଜନସାଧାରଣ ରାଜଭବନ ଉଦ୍ୟାନ ପରିଦର୍ଶନ କରିଛନ୍ତି । ମଙ୍ଗଳବାର ମକର ସଂକ୍ରାନ୍ତି ଥିବାରୁ ଅପରାହ୍ନ୨.୩୦ମିନିଟ ବେଳକୁ ରାଜଭବନ ପରିସରରେ ଉଦ୍ୟାନ ପରିଦର୍ଶନ ନିମନ୍ତେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ।
ଏତଦ୍ବ୍ୟତୀତ ମଙ୍ଗଳବାର ସକାଳେ ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ବାରବାଟୀ କ୍ୟାମ୍ପସ, କଟକ ଏବଂ ଏସ୍ସିବି ମେଡିକାଲ ଡିଏଭି ପବ୍ଲିକ୍ ସ୍କୁଲ୍, କଟକର ଛାତ୍ରଛାତ୍ରୀମାନେ ରାଜଭବନ ଉଦ୍ୟାନ ପରିଦର୍ଶନ କରିଥିଲେ । ସୂଚନାଯୋଗ୍ୟଯେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟପାଳ ଡ଼ ହରି ବାବୁ କମ୍ଭମ୍ପାଟି ପିଲାମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ଓ ସେମାନଙ୍କୁ ଚକୋଲେଟ୍ ଓ କଲମ ପ୍ରଦାନ କରିଥିଲେ ।