ବିଜ୍ଞାନ ମେଳା ପାଇଁ  ସଂଚିତା ମନୋନୀତ

ଯାଜପୁର ଟାଉନ : ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଯାଜପୁରର ଛାତ୍ରୀ ପ୍ରିନ୍ସେସ୍ ସଂଚିତା ଅନ୍ତରାଷ୍ଟ୍ରୀୟସ୍ତରରେ ଅନୁଷ୍ଠିତ ହେବାକୁ ଥିବା ବିଜ୍ଞାନ ମେଳା ୱାଇଆଇ ଏସ୍ଏଫ୍ ପାଇଁ ମନୋନୀତ ହୋଇଛନ୍ତି । ସଂଚିତା ତାଙ୍କର ପ୍ରକଳ୍ପ ଆଇସକ୍ରିମ ଏଣ୍ଡ ଇଣ୍ଡିଆନ ସ୍ୱିଟ୍ସ ସେଲଫ୍ ଲାଇଫ ଇନ୍ କ୍ରିଜର ଦୁବାଇରେ ହେବାକୁ ଥିବା ୱାଇଆଇଏସ୍ଏଫ୍ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ସଂଚିତା ଯାଜପୁର ଅକରପଡ଼ା ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଅଟନ୍ତି । ବର୍ତମାନ ସଂଚିତା ମିଲ୍ ସଟ୍ ଇଣ୍ଡିଆ ହେଣ୍ଡମିଷ୍ଟର ପୀୟୁଷ ମାଧବଙ୍କ ତତ୍ୱାବଧାନରେ ନିଜ ବିଦ୍ୟାଳୟ ଓ ନିଜ ରାଜ୍ୟର ପ୍ରତିନିଧିତ୍ୱ କରିବେ ।