ଶିବ ପାର୍ବତୀଙ୍କ ପୁସ୍ତକ ଉନ୍ମୋଚିତ

କୁଆଖିଆ :  ପରସୁଲପୁର ବ୍ଲକର ଡିହକୁରାପ୍ସଶ ସ୍ଥିତ ପ୍ରସିଦ୍ଧ ଚନ୍ଦନେଶ୍ୱର ପୀଠରେ "ଶିବ ପାର୍ବତୀଙ୍କ ବିବାହ’ ଆଧ୍ୟାତ୍ମିକ ଧର୍ମୀ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟିର ସଭାପତି କୈଳାସ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅତିଥି ଭାବରେ ମଧୁବନ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର କର ଯୋଗ ଦେଇ ବୈଦିକ ଯୁଗରେ ପୁରାଣ ଲିଖିତ ତାରକାସୁରକୁ ମାରିବା ପାଇଁ ସ୍ୱର୍ଗର ଦେବତା ମାନେ ଶିବ ପାର୍ବତୀଙ୍କ ବିବାହ ଉସôବ ସମ୍ପାଦନ କରିଥିଲେ, ଯାହା ଆଜି ଆମ ଲୋକ ସଂସ୍କୃତିରେ ପରିଚାଳିତ ହେଇ ଆସୁଛି ବୋଲି ମତବ୍ୟକ୍ତ କରି ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଗୈାରାଙ୍ଗ ଚରଣ ଖୁଣ୍ଟିଆଙ୍କ ଲିଖିତ ପୁସ୍ତକ ମଣିଷ ଜୀବନରେ ଆଧ୍ୟାତ୍ମିକ ଚେତନା ସୃଷ୍ଟିର ଏକ ସୁନ୍ଦର ପ୍ରୟାସ ବୋଲି କହିଥିଲେ । ସମ୍ମାନିତ ଅତିଥି କମିଟିର ସମ୍ପାଦକ ପ୍ରଫୁଲ୍ଲ କୁମାର ପଣ୍ଡା, ପ୍ରଭାକର ସାହୁ, ଅଜୟ କୁମାର ମଲ୍ଲିକ, ଦୈତାରୀ ଜେନା, କାର୍ତିକ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଦସ୍ୟ ଏବଂ ବହୁ ଶୈବଭକ୍ତ ଉପସ୍ଥିତ ଥିଲେ ।