କେନ୍ଦ୍ରକୁ ଯିବେ ଠାକରେ

ଭୁବନେଶ୍ୱର : ୨୦୧୧ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର ଆଇଏଏସ ଅଫିସର ଆଶିଷ ଠାକରେ କେନ୍ଦ୍ରକୁ ଯିବେ  । ତାଙ୍କୁ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିଦେ୍ର୍ଦଶକ ଭାବେ ନିଯୁକ୍ତି ମିଳିଛି  । ଏହି ପଦବୀରେ ତାଙ୍କୁ ୫ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି  । ତେଣୁ ତାଙ୍କୁ ଦିଆଯାଇଥିବା କାର୍ଯ୍ୟରୁ ଅବ୍ୟାହତି ଦେବା ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି  । ପୂର୍ବରୁ ସେ କେନ୍ଦୁଝର ଜିଲ୍ଲାପାଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ  ।