ଯୋଜନା କରି ଯୁବକକୁ ହାଣିଲେ
ବ୍ରହ୍ମପୁର : ବ୍ରହ୍ମପୁର ଷ୍ଟେସନରୁ ପିଛାକରି ଗଲେ ପ୍ଲାନିଂ ଅନୁଯାୟୀ ହାଣିଦେଲେ । ବଡ଼ ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହି ଆପଟମେଣ୍ଟ ପାଖରେ ଜଣେ ଯୁବକକୁ ହାଣିଲେ ଦୁର୍ବୁତ୍ତ । ମୃତକ ହେଲେ ବିଦ୍ୟାଧର ପାଣିଗ୍ରାହୀ । ଗତକାଲି ରାତିରେ ବ୍ରହ୍ମପୁର ଷ୍ଟେସନରୁ ନିଜ ସାଙ୍ଗ ସହ ଘରକୁ ଫେରୁଥିବା ବେଳେ ପ୍ରାୟ ୬ଜଣ ଦୁବୃର୍ତ୍ତ ବିଦ୍ୟାଧରଙ୍କୁ ସାନବଜାର ଛକରୁ ଉଠାଇ ନେଇ ଜଗବନ୍ଧୁ ସାହି ଆପଟମେଣ୍ଟ ପାଖରେ ମରଣାନ୍ତକ ଆକ୍ରମଣ କରିଥିଲେ । ସେ ଗୁରୁତର ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିସôାଧିନ ଅବସ୍ଥାରେ ବିଦ୍ୟାଧରଙ୍କ ମୃତୁ୍ୟ ହୋଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କରି ବିଦ୍ୟାଧରଙ୍କୁ ହତ୍ୟା ହୋଇଛି । ବଡ଼ ବଜାର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ହୋଇଥିବା ସନେ୍ଦହ କରୁଛି । ଏହି ହତ୍ୟା ଘଟଣା ପଛରେ ବଳିଆ ଓ ତାର ସହଯୋଗୀମାନଙ୍କ ସମ୍ପୃକ୍ତ ରହିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।