କେନ୍ଦ୍ରାପଡ଼ା ରାସ୍ତାରେ ୭ ଫୁଟ ଉଚ୍ଚରେ ପାଣି

 ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ବନ୍ୟା ଯୋଗୁ ତଳିଆ ଅଞ୍ଚଳରେ ଥିବା ଘରଗୁଡ଼ିକରେ ପାଣି ପଶିଥିବା ସୂଚନା । ବିଭିନ୍ନ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ଯାତାୟତ ମଧ୍ୟ ଏକ ପ୍ରକାର ବନ୍ଦ ହୋଇଯାଇଛି ।ରାଜନଗର, ଆଳି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବନ୍ୟା ହୋଇଥିବା ଖବର ପ୍ରକାଶ ପାଇଛି । ପାଣି ଘେରରେ ଏକାଧିକ ଗାଁ ଥିବାବେଳେ ଲୋକମାନେ ହନ୍ତସନ୍ତ ହୋଇଛନ୍ତି । ବନ୍ୟାରେ ଆଳି ବ୍ଲକର ୧୨ଟି ପଞ୍ଚାୟତ ପ୍ରଭାବିତ । ମାନପୁର-ଗୋବିନ୍ଦପୁର ରାସ୍ତାରେ ୭ ଫଉଟ ଉଚ୍ଚରେ ନବ୍ୟା ଜଳ ପ୍ରବାହିତ ହେଉଛି ।ସେହିପରି ରାଜନଗର ଅଞ୍ଚଳରେ ପ୍ରାୟ ୩୦ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ପାଣିରେ ଡଙ୍ଗା ପକାଇ ଯାତାୟତ କରୁଛନ୍ତି ଲୋକେ ।