କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ କେବେ ?
ତାଳଚେର : ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଓ ତାଳଚେର ଅଞ୍ଚଳକୁ ଉନ୍ନତମାନର ଶିକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଳଚେର ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଫଳସ୍ୱରୂପ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତା ୨୩/୦୫/୨୦୨୫ ରିଖରେ ତାଳଚେର ପୁରୁଣା ଯୁବରାଜ ହାଇସ୍କୁଲ ନିକଟରେ ରହିଥିବା ପଡ଼ିଆରେ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ଶୁଭ ପକାଇଥିଲେ । ଏହି କାର୍ଯ୍ୟକ୍ରମରେ ଢେ଼ଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ହେଲେ ଦୀର୍ଘ ୪ମାସ ବିତି ଯାଇଥିଲେ ମଧ୍ୟ ଏଠାରେ ନିର୍ମାଣ ଆରମ୍ଭ ହୋଇନାହିଁ । ଫଳରେ ଏହି ପଡ଼ିଆ ଗୋରୁଗାଈଙ୍କ ଏବେ ଚରାଭୂଇଁ ପାଲଟିଥିବା ଦେଖିବାକୁ ମିଳିଛି । ତେବେ ଏହି ବିଦ୍ୟାଳୟ କେବେ ନିର୍ମାଣ ହେବ ତାକୁ ନେଇ ଆଶଆଶଙ୍କାରେ ଅଞ୍ଚଳବାସୀ ।