ଜଗନ୍ନାଥ ଦାସ ଜୟନ୍ତୀ ପାଳିତ
ଅନୁଗୁଳ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଶୈଳ ଶ୍ରୀକ୍ଷେତ୍ର ଅନୁଗୁଳ ଶାଖା ଆନୁକୂଲ୍ୟରେ ମହାପୁରୁଷ ଜଗନ୍ନାଥ ଦାସଙ୍କ ଜୟନ୍ତୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପରିଷଦର ଉପାଧ୍ୟକ୍ଷ ଡ.ସଦାନନ୍ଦ ପରିଡାଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାଶ ଯୋଗ ଦେଇ ଓଡ଼ିଆ ଜାତିର ଉତ୍ଥାନ ପାଇଁ ଭାଗବତର ଅନବଦ୍ୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶ୍ୱହିନ୍ଦୁ ପରିଷଦ ଓଡିଶା(ପୂର୍ବ)ର ସାଧାରଣ ସାମ୍ପାଦକ ତଥା ପ୍ରବଚକ ପଣ୍ଡିତ ମହେଶ ସାହୁ ଯୋଗଦାନ କରି ଭାଗବତ ସହିତ ହିନ୍ଦୁ ସମାଜର ଭାବଗତ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ଉପରାନ୍ତ କୁନି ପ୍ରବଚିକା ସୁଶ୍ରୀ ସାଇ ଜିଜ୍ଞାଶା ବାରିକ ଭାଗବତ ପାଠ କରି ସମବେତ ଜନତାଙ୍କୁ ବିମୋହିତ କରିଥିଲେ । ପରିଷଦର ଅନୁଗୁଳ ଜିଲ୍ଲା ସାମ୍ପାଦକ କ୍ଷୀରେନ୍ଦ୍ର ମୋହନ ଦେହୁରୀ ସ୍ୱାଗତ ଭାଷଣ ଦେଇଥିବାବେଳେ ସହ ସାମ୍ପାଦକ ମନୋଜ କୁମାର ବେହେରା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବୈଦ୍ୟନାଥ ସାମଲ, ସୌମେନ୍ଦ୍ର ଡାଙ୍ଗ, ହର୍ଷଲ ଟାଙ୍କ ଓ ବେଣୁଧର ଭାଇ ସହଯୋଗ କରିଥିବାବେଳେ ସାହିତ୍ୟ ପରିଷଦର ରାଜ୍ୟ ସାମ୍ପାଦକ ତଥା ଅନୁଗୁଳ ଜିଲ୍ଲା ସାଂଯୋଜକ ରାମକୃଷ୍ଣ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।