ନାରଦ ଟୁଙ୍ଗୀର ବାର୍ଷିକୋତ୍ସବ 

ତାଳଚେର:  ତାଳଚେର ବ୍ଲକ ପଂଚାୟତ ସଭାଗୃହ ଠାରେ ନାରଦ ଟୁଙ୍ଗୀର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସନ୍ତୋଷ ସାହୁ, ସମ୍ମାନୀୟ ଅତିଥିଭାବେ ବୃନ୍ଦାବନ ବେହେରା, ୧୯ନମ୍ବର ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ପତି, କଳାନାଗ ସମ୍ପାଦକ ମଦନମୋହନ ସାହୁ, ଧିରମୋହନ ରାଏ ଯୋଗ ଦେଇ ଗ୍ରାମ ଗୁଡ଼ିକରେ ନାରଦ ଟୁଙ୍ଗୀର ବହୁଳ ପ୍ରଚାର ପ୍ରସାର କରିବା ନେଇ ଆହ୍ୱାନ କରିବା ସହ ଜନସାଧାରଣ ପାଶ୍ଚାତ୍ୟର ପରମ୍ପରାକୁ ଛାଡ଼ି ନିଜ ଓଡ଼ିଶା ତଥା ଭାରତ ପରମ୍ପରାକୁ ବଜାୟ ରଖିବାକୁ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର ସାମାଜିକ କାର୍ଯ୍ୟକ୍ରମ ପାଇଁ ସଦସ୍ୟାଙ୍କୁ ସମ୍ମାନିତ କରାଯାଇଥିବା ସହ ଘଂଟପଡ଼ା ଗ୍ରାମର ତୋଫାନ  ଯୁବକସଂଘ ଅନ୍ୟତମ ମୁଖ୍ୟ ଆକର୍ଷଣ ରହିଥିଲା । ସମସ୍ତଙ୍କୁ ଉକ୍ତ ସଂଘ ପକ୍ଷରୁ ଉତ୍ତରୀୟ ପୁଷ୍ପୁଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା ।