କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ପାଇଁ ଦାବି ଜୋର ଧରିଲା
ହିନେ୍ଦାଳ : ହିନେ୍ଦାଳ ଉପଖଣ୍ଡର ରାସୋଳ ପୁରୁଣା କଟକ ସମ୍ବଲପୁର ରାସ୍ତା ପାର୍ଶ୍ୱରେ ଥିବା ବେଳେ ଏହା ସମଗ୍ର ଉପଖଣ୍ଡର ରାଜନୈତିକ, ବାଣିଜ୍ୟକ ଓ ସାମାଜିକ ପେଣ୍ଠ ସ୍ଥଳ ଅଟେ । ଏଥି ସହ ଏହା ଜିଲ୍ଲାର ସର୍ବବୃହତ ପଞ୍ଚାୟତ ଅଟେ । କିଛି ଦିନ ପୂର୍ବେ କେନ୍ଦ୍ର ସରକାରଙ୍କ ଦ୍ୱାରା ରାସୋଳ ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା ପାଇଁ କେନ୍ଦ୍ରୀୟ ଟିମ୍ ଦ୍ୱାରା ସ୍ଥାନ ନିରୂପଣ କରାଯାଇ ଏହା ଅସ୍ଥାୟୀ ରୂପେ କଳିଙ୍ଗା ପାଳ ଉଚ୍ଚ ବିଦ୍ୟାଳୟ ଠାରେ ଚାଲିବା ପାଇଁ ସୂଚିତ କରାଯାଇଥିଲା । ମାତ୍ର ବିଡମ୍ବନାର ବିଷୟ କିଛି ଦିନ ପୂର୍ବେ ସଦର ମହକୁମାରେ ଏହା କରିବା ପାଇଁ ଦାବୀ ଉଠିଥିଲା । ଏହାକୁ ବିରୋଧ କରି ଆଜି ରାସୋଳ ବିକାଶ ପରିଷଦ ସମ୍ପାଦକ ଭାସ୍କର ଚନ୍ଦ୍ର ନାୟକଙ୍କ ଆବାହକତ୍ୱରେ ତଥା ଶିକ୍ଷା ବିତ୍ତ ମହେନ୍ଦ୍ର ମିଶ୍ରଙ୍କ ପୌରହିତ୍ୟରେ ସ୍ଥାନୀୟ କୁମାର କ୍ଲବ୍ ସମ୍ମିଳନୀ କକ୍ଷରେ ଏକ ବୈଠକ ଆୟୋଜନ କରାଯାଇଥିଲା । ଏଥିରେ ପନ୍ଦର ଗୋଟି ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ, କୁମାର କ୍ଲବ୍,ସନରାଇଜ୍ କ୍ଲବ୍, ମୁନ ଲାଇଟକ୍ଲବ୍, ବରିଷ୍ଠ ନାଗରିକ ମଞ୍ଚ, ବିଷ୍ଣୁ ବଜାର, ଗଣେଷ ବଜାର ଓ ଲକ୍ଷ୍ମୀ ବଜାର ର କର୍ମକର୍ତ୍ତା , ବୁଦ୍ଧିଜୀବୀ ଓ ଯୁବ ଗୋଷ୍ଠୀ ମାନେ ଯୋଗ ଦେଇଥିଲେ । ସୂଚନା ଥାଉ କି ଏହି ଅଞ୍ଚଳ ଉପରେ ଆଖ ପାଖ ଅଞ୍ଚଳ ର ପନ୍ଦର ଗୋଟି ପଞ୍ଚାୟତ ର ଦୁଇ ଲକ୍ଷ ରୁ ଅଧିକ ଲୋକ ନିର୍ଭର କରିଥାନ୍ତି । ରାସୋଳ ଠାରେ ଏହି କେନ୍ଦ୍ରୀୟ ବିଦ୍ୟାଳୟ ହେଲେ ଉଡାପଡା ବ୍ଲକର ପ୍ରାୟ ସାତଟି ପଞ୍ଚାୟତ ମଧ୍ୟ ଏହାର ସୁଫଳ ପାଇପାରିବେ ବୋଲି ମତ ରଖିଥିଲେ । ଏଣୁ ମଞ୍ଜୁର ପ୍ରାପ୍ତ କେନ୍ଦ୍ରୀୟ ବିଦ୍ୟାଳୟକୁ ରାସୋଳ ଠାରେ କରା ନ ଗଲେ ଏହା ସ୍ଥାନୀୟ ଅଞ୍ଚଳ ପାଇଁ ଅନ୍ୟାୟ ହେବ ବୋଲି ବୁଦ୍ଧି ଜିବୀ ମାନେ ମତ ପ୍ରକାଶ କରିବା ସହ ଏହି ମର୍ମରେ ରାଜ୍ୟ ମୁଖ୍ୟ ମନ୍ତ୍ରୀ,କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବୀ ପତ୍ର ପଠାଇ ଥିବାର ଜଣା ଯାଇଛି । ଆଜିର ଏହି ବୈଠକରେ ଦଣ୍ଡରୀ ସରପଞ୍ଚ ଦୁଷ୍ମନ୍ତି ପ୍ରଧାନ, ରାସୋଳ ସରପଞ୍ଚ ଦିବାକର ନାୟକ, କଳିଙ୍ଗା ସରପଞ୍ଚ ତପସ୍ୱିନୀ ପତି, ସମିତି ସଭ୍ୟ ତଥା ବ୍ଲକ୍ ଉପାଧ୍ୟକ୍ଷ ବରୁଣ ସର,ଚିତ୍ତଳପୁର ସରପଞ୍ଚ ମାମିନା ସେଠି, ନବକିଶୋର ସରପଞ୍ଚ ରୋଜାଲିନ ସାମଲ, ଖଲିବୋରେଇ ସରପଞ୍ଚ ଗୟାଧର ନାୟକ,କୁନୁଆଁ ସରପଞ୍ଚ ଜୟନ୍ତୀ ସାମଲ, ବମ୍ପା ସରପଞ୍ଚ ପ୍ରଭାସ ସାହୁ, ବୁହାଳିପାଳ ସରପଞ୍ଚ ଉଷାରାଣି ପ୍ରଧାନ, ମାଧପୁର ସରପଞ୍ଚ,ବୀଣାପାଣି ନାଏକ ସମେତ ବହୁ ଯୁବ ନେତା ଯୋଗ ଦେଇ ଥିଲେ ।