କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶିକ୍ଷାକୁ ସ୍ୱୀକୃତି
ନୂଆପଡା : ଚଳିତ ଶିକ୍ଷା ବର୍ଷ ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶିକ୍ଷା ବର୍ଷ ଆରମ୍ଭ ନେଇ ସ୍ୱୀକୃତି ମିଳିଥିବା ବେଳେ ଜିଲ୍ଲା ପାଇଁ ଶିକ୍ଷାର ଆବିବୃଦ୍ଧି ନେଇ ଖୁସି ଖବର ଅଟେ । ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳନା କମିଟିରେ ଏକାଦଶ ଶିକ୍ଷା ଆରମ୍ଭ ନେଇ ନିଷ୍ପତ୍ତି ହୋଇଥିବା ବେଳେ ଏହା ନେଇ ସ୍ଥାନୀୟ ଜନ ପ୍ରତିନିଧିମାନେ ମଧ୍ୟ ନିଜ ସ୍ତରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜିଲ୍ଲାବାସୀଙ୍କ ପକ୍ଷରୁ ବିଶେଷ କୃତଜ୍ଞାତା ଜଣାଇଛନ୍ତି । ସେହିପରି କଳାହାଣ୍ଡି ସାଂସଦ ମାଳବିକା ଦେବୀ ଲୋକସଭାରେ ଏହି ବିଷୟ ନେଇ ଦୃଷ୍ଟି ଆକର୍ଷଣ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ବାରମ୍ବାର ଦାବି କରିଥିଲେ । ଜିଲ୍ଲାପାଳ ମଧୁସୂଦନ ଦାଶ ବିଶେଷ ରୂପେ ଖଡ଼ିଆଳ କେନ୍ଦ୍ର ବିଦ୍ୟାଳୟରେ ଏକଦାଶ ଶିକ୍ଷା ଆରମ୍ଭ ନେଇ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ ଯୋଗେ ପରିଚାଳନା ବୈଠକରେ କଥା ହୋଇ ଥିଲେ । ଶିକ୍ଷାର ବିକାଶ ନେଇ ଏହା ଏକ ମାଇଲ ଖୁଣ୍ଟ ସଦୃଶ ।