ଚୋରା ମଦ କାରବାରକୁ ନେଇ ଅସନ୍ତୋଷ


 ହିଞ୍ଜିିଳିକାଟୁ : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଚୋରା ମାଦକ ଦ୍ରବ୍ୟ ଓ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ମଦ ବିକ୍ରି ସେତିକି ପରିମାଣରେ ବୃଦ୍ଧି ପାଉଛି । ପ୍ରଶାସନକୁ ଖାତିର ନକରି ଅଞ୍ଚଳରେ ଚୋରା ମଦ ବ୍ୟବସାୟୀ ସକ୍ରୀୟ ରହିଥିବା ଦେଖବାକୁ ମିଳୁଛି । ଢାବା ଓ ହୋଟେଲଗୁଡ଼ିକରେ ମଦ ବିକ୍ରି ନକଲେ ବ୍ୟବସାୟ ଆଶାନୁରୁପ ହେଉନଥିବା ନେଇ କିଛି ହୋଟେଲ ଓ ଢାବା ମାଲିକ କହିଛନ୍ତି । ହୋଟେଲ ଓ ଢାବା ଗୁଡ଼ିକରେ ମଦ ବିକ୍ରି କରାଯିବା ଜଣାପଡ଼ିବା ପରେ ପୋଲିସ ପ୍ରଶାସନ ପକ୍ଷରୁ ଧରପଗଡ଼ କରାଯାଇ ସଂପୃକ୍ତ ବ୍ୟକ୍ତିଙ୍କୁ ଜେଲ ପଠାଯାଉଛି । କିନ୍ତୁ କିଛି ଦିନର ନିରବତା ପରେ ଯେସାକୁ ତେସା ପରିସ୍ଥିତି । ହୋଟେଲ ଓ ଢାବା ମାଲିକମାନେ ମଦ ବିକ୍ରି କରିବା ନୂଆ କୌଶଳ ଆପଣେଇବା ଥିବା ଦେଖିବାକୁ ମିଳୁଛି । ଢାବା ଓ ହୋଟେଲ ଗୁଡ଼ିକରେ ଅଧିକ ପରିମାଣରେ ମଦ ମହଜୁଦ ନରଖି ଲାଇସେନ୍ସ ପ୍ରାପ୍ତ କାଉଣ୍ଟରରୁ ମଦ ଆଣି ହୋଟେଲ ଓ ଢାବା ପଛପଟେ ମାଟିଖୋଳି ମଦକୁ ଲୁ·ଇ ରଖୁଥିବାର ଦେଖିବାକୁ ମିଳୁଛି । ଗ୍ରାହକ ଆସିଲେ ହୋଟେଲ ଓ ଢାବା ଗୁଡ଼ିକରେ ଥିବା କୋମଳମତି ଶିଶୁଶ୍ରମିକମାନଙ୍କ ଦ୍ୱାରା ସଂପୃକ୍ତ ସ୍ଥାନରୁ ଆଣି ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି । ଫଳରେ ବିଭିନ୍ନ ସମୟରେ ଅଞ୍ଚଳରେ ହିଂସାକାଣ୍ଡ ଦେଖିବାକୁ ମିଳୁଛି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦ