ପ୍ରକୃତି ମିତ୍ର ପୁରସ୍କାର
ାା ପ୍ରଭାନୁ୍ୟଜ ।ା ନୀଳଗିରି: ପ୍ରତିବର୍ଷ ଓଡିଶା ସରକାରଙ୍କ ଜଙ୍ଗଲ, ପରିବଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରାଳୟ ପକ୍ଷରୁ ପରିବେଶ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା ତଥା ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ ଜନ ପ୍ରେରଣା କରିଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କୃତ କରାଯାଇଥାଏ । ସେହିପରି ଏ ବର୍ଷ ବନ ସଂରକ୍ଷକ ଏବଂ କାର୍ଯ୍ୟ ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟ ବାଲେଶ୍ୱରରେ ଓଡିଶା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକୃତିର ସୁରକ୍ଷା ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ନିରବିଚ୍ଛିନ୍ନ ଭାବେ ବିବିଧ ଜନହିତକର କାର୍ଯ୍ୟ ସମ୍ପାଦନ କରୁଥିବା ବିଭିନ୍ନ ସରକାରୀ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ପ୍ରକୃତି ମିତ୍ର ପୁରସ୍କାର ଅର୍ପଣ କରାଯାଇଛି । ଏହି ଉତ୍ସବରେ ନୀଳଗିରି ବ୍ଲକ ନିମନ୍ତେ ନୀଳଗିରି ସହର ଉପଖଣ୍ଡରେ ଗଢି ଉଠିଥିବା ଡିଭାଇନ ଚାରିଟେବୁଲ ଟ୍ରଷ୍ଟ, ନୀଳଗିରିକୁ ଏହି ମର୍ଯ୍ୟାଦା ଜନକ ପ୍ରକୃତି ମିତ୍ର ପୁରସ୍କାର - ୨୦୨୪ ପ୍ରାପ୍ତ ହୋଇଛି । ବନ ସଂରକ୍ଷକ କାର୍ଯ୍ୟ ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି ଉତ୍ସବରେ ଡିଭାଇନ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସୁଶାନ୍ତ କୁମାର ମହାପାତ୍ରଙ୍କୁ ବାଲେଶ୍ୱର ବନ ସଂରକ୍ଷକ ଯୋଜନା ଅଧିକାରୀ କାନ୍ଦନ ସିଂହ, ବନାଞ୍ଚଳ ରେଞ୍ଜର ଜଗନ୍ନାଥ ପରିଡା ଓ ସୁନିତା ମାଝି ତଥା କବି ଓ ସମାଜସେବୀ ଅଭୟ ଦାସବି ଅତିଥିମାନଙ୍କ ଉପସ୍ଥିତିରେ ମାନପତ୍ର ଓ ଅର୍ଥରାଶି ସମ୍ବର୍ଦ୍ଧିତ ହୋଇ ସମଗ୍ର ନୀଳଗିରିରେ ଏକ ଗୌରବ ବିମଣ୍ଡିତ ସମ୍ମାନ ପ୍ରାପ୍ତ ହୋଇଛନ୍ତି । ଚଳିତ ବର୍ଷ ଚଷାଖଣ୍ଡ ଗ୍ରାମପଞ୍ଚାୟତ ଟଣକା ଗ୍ରାମରେ, ମଲ୍ୟାଣୀ, କୁସୁମିଆ, ତଥା ୨୫୦ ଗୃହରେ ବୃକ୍ଷରୋପଣ କରିବା ସହିତ ନୀଳଗିରିର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିପାରିଛି । ଯୁବକଯୁବତୀମାନଙ୍କୁ ଉତ୍ସାହିତ କରି, "ରକ୍ତଦାନ ମହତ୍ ଦାନ’ ନାରାରେ ରକ୍ତ ସଂଗ୍ରହ କରି ବହୁ ଗରିବ, ଅସହାୟ ଲୋକମାନଙ୍କର ଜରୁରୀକାଳୀନ ସମୟରେ ରକ୍ତ ଯୋଗାଇ ଦେବାରେ ସହାୟକ କରିଛି । ରଥଯାତ୍ରା ହେଉ କିମ୍ବା ବିଭିନ୍ନ ପର୍ବ ପର୍ବାଣୀ ହେଉ ବିଭିନ୍ନ ସମୟରେ ରାସ୍ତା ସଫେଇ, ସ୍ୱାସ୍ଥ୍ୟ ସେବା, ଶୃଙ୍ଖଳା ରକ୍ଷା କରିବା ଇତ୍ୟାଦି କାର୍ଯ୍ୟକ୍ରମ କରି ଲୋକମାନଙ୍କ ନିକଟରେ ପ୍ରିୟର ପାତ୍ର ହୋଇପାରିଛି ।