ରାସ୍ତାରେ ପଡିଛି ଏକ୍ସପାଏରି ମେଡିସିନ୍

 କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ହଜାରୀ ରାସ୍ତା କଡ଼ରେ ପଡ଼ିଛି ପୂଳା ପୂଳା ସରକାରୀ ଔଷଧ । ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଆସୁଥିବା ଔଷଧ ରୋଗୀ ମାନଙ୍କୁ ଦିଆନଯାଇ ଏକ୍ସପାଏରୀ ହେଲା ପରେ ରାସ୍ତା କଡ଼ରେ ଫୋପାଡି ଦେଇଥିବା ଦେଖିବାକୁ ମିଳୁଛି । ଆଇରନ ଫଲିକ ଏସିଡି, ଔଷଧ ଫତା, ବିଭିନ୍ନ ପ୍ରକାର ଶିରପ ସହ ଭର୍ଜିନ ସେଟ୍ ମଧ୍ୟ ପଡ଼ିଛି । ଏ ମେଡିସିନ କିଏ ଫୋପାଡିଲା କାହିଁକି ଫୋଫାଡିଲା ତା କେଉଁ ସ୍ୱାସ୍ଥ୍ୟ କେନ୍ଦ୍ରର ତାହା ଜଣା ପଡିନାହିଁ । ଏ ବିଷୟରେ ସ୍ଥାନୀୟ ଚିକିସôା ଅଧିକାରୀଙ୍କୁ ପଚାରିବାରୁ ଉତ୍ତର ମିଳିପାରିନାହିଁ ।ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।