ବାଇକରୁ ପଡି ଜଣେ ମୃତ 

 ରାଜନଗର : ରାଜନଗର ବ୍ଲକ ଭିତରଗଡ ପଞ୍ଚାୟତ ଚାରିପୋଖରିଆ ଗ୍ରାମର କଳାକାର ରାଉତ(୬୦) ବାଇକରୁ ପଡି ମୃତୁ୍ୟବରଣ କରିଥିବା ଜଣାପଡିଛି । କଳାକାର ନିଜ ଗ୍ରାମ ଚାରପୋଖରିଆରୁ ବାଇକ ଯୋଗେ ପଶ୍ଚିମଭେଡା ଗାଁକୁ ଯାଉଥିଲେ । ସେ ପଶ୍ଚିମଭେଡା ଗାଁ ମୁଣ୍ଡରେ ଯାଉଥିବା ବେଳେ ଏକ ଖାଲରେ ବାଇକଟି ଭାରସାମ୍ୟ ହରାଇ ପଡି ଯାଇଥିଲା । ସେ ମଧ୍ୟ ପଡି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ ।