ନୂତନ ବିଚାରପତିଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା: ଜିଲ୍ଲା ଓକିଲ ସଂଘ ପକ୍ଷରୁ କୋର୍ଟରେ ଯୋଗ ଦେଇଥିବା ନୂତନ ବିଚାରପତିଙ୍କୁ ସ୍ୱାଗତ ସମ୍ବର୍ନ୍ଧନା ଦିଆଯାଇଛି । ଜିଲ୍ଲା ଓକିଲ ସଂଘ ସଭାପତି ଗୋବର୍ନ୍ଧନା ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲା ଓ ଦୌରାଜଜ ଲୁନା ମହାନ୍ତି, ଅତିରିକ୍ତ ସବ-ଜଜ୍ ଶୁଭ ଗୌତମ ମିଶ୍ର, ଜିଲ୍ଲା ଲିଗାଲ ହେୟାର ସେକ୍ରେଟେରୀ ସନ୍ତୋଷ ମହାପାତ୍ର, ସିଭିଲ କୋର୍ଟ ରେଜିଷ୍ଟାର ସୁଦିପ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଓକିଲ ସଂଘ ସଂପାଦକ ନୃସିଂହ ଚରଣ ରାଉତ, ଉପ ସଭାପତି ହାଡିବନ୍ଧୁ ସିଂହ, ସହ ସମ୍ପାଦକ ବିନୋଦ ବେହେରା, କୋଷାଧ୍ୟକ୍ଷ ବିଭୂତି ଭୂଷଣ କରଙ୍କ ସହ ଧ୍ରୁବ ଚରଣ ଜେନା, ପ୍ରଫୁଲ୍ଲ ସାହୁ, ଭୀମସେନ ଭୂୟାଁ, ମମତା ସାମଲ, ହରି ପ୍ରସାଦ କର, ନେହେରୁ ସାହୁ, ରେଣୁବାଳା ସାମଲଙ୍କ ସହ ବହୁ ଆଇନଜୀବୀ ସହଯୋଗ କରିଥିଲେ ।