ସରିଲା ଶବ ବ୍ୟବଚ୍ଛେଦ : ବନିତାଙ୍କୁ ତଣ୍ଟଚିପି ହତ୍ୟା କରାଯାଇଛି, ଅଭିଯୁକ୍ତ ଫେରାର

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇର ବହୁ ଚର୍ଚ୍ଚିତ ବନିତା ହତ୍ୟାକାଣ୍ଡ ଉପରୁ ପରଦା ହଟିନି । ବନିତାର ଶବ ବ୍ୟବଚ୍ଛେଦ କରାଯାଇଛି । ଶବ ବ୍ୟବଚ୍ଛେଦ ସମୟରେ ବନିତାର ବେକରେ ଦାଗ ଥିବାର ଦେଖିବାକୁ ମିଳିଛି । ବନିତାକୁ ତଣ୍ଟିଚିପି ହତ୍ୟାକରାଯାଇଛି ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଶବ ବ୍ୟବଚ୍ଛେଦ ପରେ ଶୋକାକୁଳ ପରିବେଶ ମଧ୍ୟରେ ବନିତାର ଶାଶୁଘର ଆଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଠାରେ ଅନ୍ତିମ ସଂସ୍କାର କରାଯାଇଛି । ବନିତାକୁ କିଏ କାହିଁକି ଓ କେଉଁଠାରେ ହତ୍ୟାକଲା ଏହାର କାରଣ ଅଦ୍ୟାବଧି ଉନ୍ନୋଚିତ ହୋଇପାରିନାହିଁ । ପ୍ରକାଶ ଥାଉକି ଆଳି ଥାନା ଅନ୍ତର୍ଗତ ନରେନ୍ଦ୍ର ପରୁଗ୍ରାମର ଅତୁଲ୍ୟ ରାଉତଙ୍କର ପତ୍ନୀ ବନିତା ରାଉତ ପଟ୍ଟାମୁଣ୍ଡାଇ ପୈାରାଞ୍ଚଳ ଅନ୍ତର୍ଗତ ବେଲତଳ ଗ୍ରାମରେ ଭଡା ନେଇ ରହୁଥିଲେ । ବନିତା ୨୮ ତାରିଖ ଦିନ ପଟ୍ଟାମୁଣ୍ଡାଇ ବଜାରକୁ ଆସି ଆଉ ଘରକୁ ଫେରିନଥିଲେ । ପରିବାର ଲୋକମାନେ ବିଭିନ୍ନ ଆଡେ ବନିତାକୁ ଖୋଜା ଖୋଜିକରି ନପାଇବାରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦେଇଥିଲେ । ଗତକାଲି ପଟ୍ଟାମୁଣ୍ଡାଇ ଆହାର କେନ୍ଦ୍ରକୁ ଲାଗି ନିର୍ମାଣ ହୋଇଥିବା ଭେଣ୍ଡିଂ ଯୋନର ବାହାରପଟୁ ତାଲାପଡିଥିବା ୩୧ ନଂ କ୍ୟାବିନରୁ ପ୍ରବଳ ଦୁର୍ଗନ୍ଦ ବାହାରିବା ଜାଣି ସ୍ଥାନୀୟ ବ୍ୟବସାୟୀ ଓ ଲୋକମାନେ ପୁଲିସକୁ ଖବର ଦେଇଥିଲେ । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୁଲିସ ସାଇଣ୍ଟିଫିକ ଟିମ ଓ ମାଜିଷ୍ଟ୍ରେଟଙ୍କ ସହାୟତାରେ ଘଟଣା ସ୍ଥଳରେ ପହଂଚି ତାଲାକାଟିବା ପରେ ଜରି ଲୁଗା ଓ ବେଡସିଟରେ ବନ୍ଧାହେଇ ପଚିଯାଇଥିବା ବନିତାଙ୍କ ମୃତ ଦେହ ମିଳିଥିଲା । ଶବ ପଚିଯାଇ ପାଣି ବାହାରୁ ଥିବାରୁ ହତ୍ୟାକାଣ୍ଡ କିପରି ହୋଇଛି ପୁଲିସର ତଦନ୍ତରେ ବାଧା ସୃଷ୍ଟି ହୋଇଥିଲା । ଏହି ଘଟଣାକୁ ନେଇ ଭେଣ୍ଡି ଜୋନ ମାର୍କେଟ ଭିତରେ କରିଥିବା ଦୋକାନୀ ମାନେ ଏହାକୁ କେତେକ ଦୋକାନୀ ପରକ୍ରୀୟା ପ୍ରୀତି କହୁଥିବା ବେଳେ ଆଉକେତେକ ଦୋକାନୀ ସୁଧ କାରବାର ପାଇଁ ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି କହୁଛନ୍ତି । ଏହି ହତ୍ୟାକାଣ୍ଡ ପରେ ଦୋକାନୀ ମାନଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି । ବନିତାର ଶାଶୂ ଦ୍ରୈ÷ପଦୀ ରାଉତ ତାଙ୍କ ବୋହୁର ହତ୍ୟାକାଣ୍ଡକୁ ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦେଇଛନ୍ତି । ପୁଲିସ କେଶ ନଂ-୨୬୬ରେ ଏକ ହତ୍ୟା ମୋକଦମା ରୁଜୁ କରିଛି । ଏହି ଏତଲାରେ ବେଲତଳ ଗ୍ରାମରେ ଭଡାନେଇ ରହୁଥିବା ସନ୍ତୋଷ ପରୀଡା ଓ ଅନ୍ୟମାନେ ତାକୁ ହତ୍ୟା କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ସନ୍ତୋଷ ଭେଣ୍ଡି ଯୋଜନରେ କରିଥିବା ଦୋକାନ ଘରୁ ବନିତାର ମୃତ ଦେହ ମିଳିବା ଓ ତାଙ୍କ ଶାଶୂ ତାଙ୍କ ନାମରେ ଏତଲା ଦେବା ଘଟଣା ହତ୍ୟାକାଣ୍ଡରେ ସନ୍ତୋଷ ମୁଖ୍ୟ ଅଭିଯୁକ୍ତ ବୋଲି ଷ୍ପଷ୍ଟ ହୋଇଛି । ବନିତାକୁ ହତ୍ୟା କରିବାପରେ ସନ୍ତୋଷ ସେହିଦିନଠାରୁ କେଉଁ ଆଡେ ଫେରାର ହୋଇଯାଇଛି ।