କୋଇଲା ଖଣିରେ କଣ୍ଢାଳ ପଞ୍ଚାୟତବାସୀଙ୍କ ଗଣଧାରଣା


ାା ପ୍ରଭାନୁ୍ୟଜ ।ା ତାଳଚେର : ବିଭିନ୍ନ ସମସ୍ୟାକୁ ନେଇ କଣ୍ଢାଳ ପଞ୍ଚାୟତ ପକ୍ଷରୁ ସରପଞ୍ଚ ଯଶୋବନ୍ତୀ ବେହେରାଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ଓ ମହିଳା ଲିଙ୍ଗରାଜ ଟାଇମ୍ ଅଫିସ୍ ସମ୍ମୁଖରେ ଗଣଧାରଣା ବସିଥିଲେ । ଯାହାଫଳରେ କୋଇଲା ପରିବହନ ବନ୍ଦ ହୋଇଥିଲା । କଣ୍ଢାଳ ପଞ୍ଚାୟତ ଠାରୁ ଲିଙ୍ଗରାଜ କୋଇଲା ଖଣି ସନ୍ନିକଟ ହୋଇଥିବାରୁ ଅଞ୍ଚଳବାସୀଙ୍କୁ ପାନୀୟଜଳ, ରାସ୍ତାର ଉଭୟ ପାଶ୍ୱର୍ରେ ଆଲୋକୀକରଣ, ପାରିପାଶ୍ୱର୍ିର୍କ ଉନ୍ନୟନ ପାଣ୍ଠିରୁ ପଞ୍ଚାୟତବାସୀଙ୍କ ବିକାଶ, ଠିକା ନିଯୁକ୍ତିରେ ପ୍ରଧାନ୍ୟତା ଓ ଜମି ଘରଦ୍ୱାର ହରାଉଥିବା ଗ୍ରାମବାସୀଙ୍କୁ କ୍ଷତିପୂଣ ଓ ନିଯକ୍ତି ପ୍ରଦାନ ଇତ୍ୟାଦି ଦାବିକୁ ନେଇ ସକାଳ ୭ଘଟିକା ଠାରୁ ୧୨ଘଟିକା ପର୍ଯ୍ୟନ୍ତ ଗଣଆନେ୍ଦାଳନ କରାଯାଇଥିଲା । ଘଟଣାସ୍ଥଳରେ ଲିଙ୍ଗରାଜ ଉଚ୍ଚ କର୍ତ୍ତୃପକ୍ଷମାନେ ପହଞ୍ଚô ପଞ୍ଚାୟତବାସୀଙ୍କୁ ବୁଝାସୁଝା କରି ଏକ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନେ୍ଦାଳନ ସ୍ଥଗିତ ରହିଥିଲା । ଉକ୍ତ ଆନେ୍ଦାଳନରେ କଣ୍ଢାଳ ସମିତିସଭ୍ୟା ସୁବର୍ଣ୍ଣା ସାହୁ, ରଙ୍ଗାଧର ନାହାକ, ଚୈତନ୍ୟ ପ୍ରଧାନ ଓ ବହୁ ପୁରୁଷ ମହିଳା ଉପସ୍ଥିତ ଥିଲେ ।