ଆର୍ଥôକ ସଂସ୍କାର ଓ ପରିଚାଳନା ପ୍ରଶିକ୍ଷଣ
ାା ପ୍ରଭାନୁ୍ୟଜ ।ା ବାଙ୍କୀ: ବାଙ୍କୀ କଲେଜ ରୋଡ ସ୍ଥିତ ଶିକ୍ଷାଭାରତୀ ଟ୍ରଷ୍ଟ ଆନୁକୂଲ୍ୟରେ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ସହାୟତାରେ ଏକ ୫ଦିନିଆ ଆର୍ଥିକ ସଂସ୍କାର ଓ ପରିଚାଳନା ଏବଂ ଦକ୍ଷତା ବିକାଶ ସଂପର୍କରେ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ରମେଶ ଚନ୍ଦ୍ର ତ୍ରିପାଠୀ ସଭାପତିତ୍ୱ କରିବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଏହି ପ୍ରଶିକ୍ଷଣ ଦ୍ୱାରା ଯୋଗ ଦେଇଥିବା ଶିବିରାର୍ଥୀମାନେ ନିଜେ ନିଜର ଉଦ୍ୟୋଗ ସ୍ଥାପନ କରିବା ସହ ଏହାର ଆର୍ଥିକ ଦିଗର ପରିଚାଳନା ସହଜ ହୋଇପାରିବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବାଙ୍କୀ କଲେଜର ପୂର୍ବତନ ଅଧ୍ୟକ୍ଷ ଅକ୍ଷୟ କୁମାର ଛାଟୋଇ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟର ସହକାରୀ ନିଦେ୍ର୍ଦଶକ ଦୁର୍ଗାଚରଣ ମିଶ୍ର, ବାଙ୍କୀ ଶିଳ୍ପ ବିକାଶ ଅଧିକାରୀ ସତ୍ୟପି୍ରୟ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ଟ୍ରଷ୍ଟର ସଂଯୋଜିକା ରୋଜାଲିନ୍ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ ।