ଓ୍ୱାର୍ଡ ବୁଲି ପରିମଳ ବ୍ୟବସ୍ଥାରେ ତଦାରଖ କରିବେ ବିଏମ୍ସି ଅଧିକାରୀ

ଭୁବନେଶ୍ୱର  : ଓ୍ୱାର୍ଡ ବୁଲିବେ ବିଏମ୍‌ସିର ସମସ୍ତ ଅଧିକାରୀ । ପରିମଳକୁ ଦୃଢ କରିବା ସହିତ ବିକାଶ କାର୍ଯ୍ୟର ନିୟମିତ ତଦାରଖ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏପରି ଆଦେଶ ଜାରି କରାଯାଇଛି ।  ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶାନାମା ଅନୁସାରେ, ପ୍ରତ୍ୟେକ ଅଧିକାରୀ ସପ୍ତାହକୁ ତିନି ଦିନ କରିବେ କ୍ଷେତ୍ର ପରିଦର୍ଶନ । ଏହିଭଳି ଭାବେ ବିଭିନ୍ନ ଅଞ୍ଚଳରେ ୩୨ ଜଣଙ୍କୁ ଦାୟିତ୍ଵ ବଣ୍ଟା ହୋଇଛି । ତେବେ ବଣ୍ଟା ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଉପାୟୁକ୍ତ, ସହକାରୀ ଆୟୁକ୍ତ, ନିର୍ବାହୀ ଯନ୍ତ୍ରୀ । ସମସ୍ତେ ବିଭିନ୍ନ ଅଞ୍ଚଳ ବୁଲି ପରିମଳ ବ୍ୟବସ୍ଥାର ଟିକିନିଖି ତଦାରଖ କରିବେ । ଭୁବନେଶ୍ୱର କିପରି ସ୍ୱଚ୍ଚ ଓ ସୁନ୍ଦର । ସେଦିଗରେ ସମସ୍ତ ପଦକ୍ଷେପ ନେବାକୁ ଏହି ପ୍ରୟାସ କରାଯାଉଛି। ଏପରି କରିବା ଦ୍ୱାରା ଗୋଷ୍ଠୀ ଭାଗିଦାରିତା ବଢିବା ସହ ସହଭାଗିତା ମାଧ୍ୟମରେ ପ୍ରଗତି ଚାରିତାର୍ଥ ହେବ ବୋଲି କୁହାଯାଇଛି ।