ଜିତାଇବାକୁ ଜାଡ଼େଜାଙ୍କ ସଂଘର୍ଷ ବୃଥା
ଲର୍ଡ୍ସ : ସଂଘର୍ଷ କରି ଆଜି ଲର୍ଡ୍ସ ଗ୍ରାଉଣ୍ଡ୍ରେ ପରାଜୟବରଣ କରିଛି ଭାରତ । ଆଜି ୫ମ ଦିନରେ ଜାଡ଼େଜାଙ୍କ ଅର୍ଦ୍ଧଶତକୀୟ ଇନିଂସ୍ରେ ବ୍ୟର୍ଥ ହୋଇଛି । ଜଣକ ପରେ ଜଣଙ୍କ ୱିକେଟ୍ ଚାଲିଯିବା ପରେ ଶେଷରେ ବିଜୟ ମଙ୍ଗ ଧରିଥିଲେ ଜାଡ଼େଜା । ସେପଟେ କ୍ରିଜ୍ରେ ଥିଲେ ମହମ୍ମଦ ସିରାଜ୍ । ଦୁର୍ଭାଗ୍ୟବସତଃ ୧୭୦ ରନ୍ ବେଳକୁ ହିଁ ଆଉଟ୍ ହୋଇଯାଇଥିଲେ ସିରାଜ୍ । ଫଳରେ ସର୍ବାଧିକ ରନ୍ କରିଥିବା ଜାଡ଼େଜାଙ୍କ ୬୧ ରନ୍ ବୃଥା ଯାଇଛି । ଆଉ ୧୭୦ରେ ଭାରତ ଅଲ୍ଆଉଟ୍ ହୋଇ ତୃତୀୟ ଟେଷ୍ଟ ମ୍ୟାଚ୍ରେ ପରାଜୟ ବରଣ କରିଛି । ଆଉ ସେପଟେ ଇଂଲଣ୍ଡ ୨-୧ରେ ଟେଷ୍ଟ ସିରିଜ୍ ଆଗୁଆ ରହିଛି ।
ଚତୁର୍ଥ ଦିନର ଅସମାପ୍ତ ଖେଳ ୫୮/୪ରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ଶେଷ ଦିନରେ ଭାରତକୁ ଜିତିବା ପାଇଁ ଦରକାର ଥିଲା ୧୩୫ ରନ ଏବଂ ଇଂଲଣ୍ଡକୁ ଦରକାର ଥିଲା ୬ ୱିକେଟ୍ । କେଏଲ ରାହୁଲ ଓ ଋଷଭ ପନ୍ତଙ୍କଠୁ ଦଳ ବହୁତ ଆଶା ରଖିଥିଲା । ହେଲେ ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ପନ୍ତ ୯ ରନ କରି ଆଉଟ୍ ହୋଇଥିବା ବେଳେ ନିର୍ଭରଯୋଗ୍ୟ ବ୍ୟାଟର କେଏଲ ରାହୁଲ ଆଉଟ୍ ହେବା ଭାରତକୁ ବହୁତ ବଡ ଝଟକା ଲାଗିଥିଲା । କେଏଲ ୩୯ ରନ କରି ପାଭିଲିୟନ ଫେରିଥିଲେ । ୱାଶିଂଟନ ସୁନ୍ଦର ଖାତା ଖୋଲି ପାରି ନ ଥିଲେ । ୮୨ ରନରେ ୭ ୱିକେଟ୍ ହରାଇବା ପରେ ଭାରତର ପରାଜୟ ନିଶ୍ଚିତ ଲାଗୁଥିଲା । ଜାଡଜୋ ଅର୍ଦ୍ଧଶତକ ହାସଲ କରିବା ସହ ମହମ୍ମଦ ସିରାଜଙ୍କ ସହ ମିଶି ଦଳ ପାଇଁ ଲଢେଇ ଜାରି ରଖିଥିଲେ । ତେବେ ମହମ୍ମଦ ସିରାଜ(୪)ଙ୍କ ଆଉଟ୍ ହେବା ସହ ଭାରତର ଦ୍ୱିତୀୟ ଇନିଂସ ସ୍କୋର ୧୭୦ ରନରେ ଅଟକିଥିଲା । ଘରୋଇ ଇଂଲଣ୍ଡ ମ୍ୟାଚ୍କୁ ୨୨ ରନରେ ଜିତି ନେଇଛି । ବୋଲିଂରେ ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ଓ ଜୋଫ୍ରା ଆର୍ଚର ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ବ୍ରାଇଡନ କାର୍ସ ୨ ୱିକେଟ୍ ନେଇଛନ୍ତି ।