କୋଭିଡ୍‌ ନେଇ ଆସିଲା ବଡ଼ ସୂଚନା : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କୋଭିଡ଼ ସଂକ୍ରମଣକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି । ବର୍ତ୍ତମାନ ଦେଖାଯାଉଥିବା କୋଭିଡ ସଂକ୍ରମଣକୁ ଲହର କୁହାଯାଇପାରିବ ନାହିଁ । ଦୁଇ ତିନିଟି ଲହର ପରେ ଏହା ସାଧାରଣ ଥଣ୍ଡା କାଶ ରୋଗ ପାଲଟିଛି । ମଝିରେ ମଝିରେ କୋଭିଡ ହେଉଛି, କେହି ଗୁରୁତର ହେଉନାହାନ୍ତି । ଅକ୍ଟୋବର ଯାଏଁ ପଜିଟିଭ ଆସୁଥିଲା, ଏବେ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ତାଙ୍କର ବିଭିନ୍ନ ରୋଗ ପାଇଁ ଦେହ ଖରାପ ଥିଲା, କୋଭିଡ୍‌ ନୁହେଁ । ଭାରିଆଣ୍ଟ ଜାଣିବା ପାଇଁ ନମୁନା ସଂଗ୍ରହ କରି ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । କୋଭିଡ୍‌ ଲାଗି ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । କୋଭିଡ଼କୁ ନେଇ ରାଜ୍ୟବାସୀ କୌଣସି ଭୟଭୀତ ନ ହେବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ କୁହାଯାଇଛି ।

         COVID-19 updates from the GEF ...