କୋମାରେ ଘଣ୍ଟେଶ୍ୱର ପ୍ରାଣୀଧନ ସହାୟକ କେନ୍ଦ୍ର:  ଅର୍ଥ ମଞ୍ଜୁର ପରେବି କାର୍ଯ୍ୟାଦେଶରେ ବିଳମ୍ବ

 ଚାନ୍ଦବାଲି:  ଆଜକୁ ଦୀର୍ଘ ବର୍ଷ ହେବ ଜରାଜୀର୍ଣ ଅବସ୍ଥାରେ ଘଣ୍ଟେଶ୍ୱର ପ୍ରାଣୀଧନ ସହାୟକ କେନ୍ଦ୍ର । ଖାସ କରି ଏହି କେନ୍ଦ୍ର ଉପରେ ୪ରୁ ଅଧିକ ଗୋ-ପାଳକମାନେ ନିର୍ଭର କରୁଥିବା ବେଳେ, ଏହାକୁ ଅବହେଳା କରୁଛନ୍ତି ରାଜ୍ୟ ସରକାର । ବିଗତ ସରକାର ସମୟରେ ଅନେକ ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ୍ୟ କିଛି ସୁଫଳ ମିଳି ପାରି ନାହଁ । ନୂତନ ସରକାର ଆସିବାକୁ ବର୍ଷେରୁ ଅଧିକ ହୋଇ ସାରିଥିଲେ ମଧ୍ୟ୍ୟ କାର୍ଯ୍ୟ ହେବାରେ ନାଁ ଧରୁନି । ଏ ନେଇ ପଶୁ ପାଳକ ମାନେ ନିଜର ପଶୁ ପାଳନ କରିବାକୁ କୁଣ୍ଠାବୋଧ କରୁଛନ୍ତି । ଘଣ୍ଟେଶ୍ୱର ପଶୁ ପଶୁପାଳକମାନଙ୍କ ପାଇଁ ବାଧକ ସାଜିଛି ପ୍ରାଣୀ ସହାୟକ କେନ୍ଦ୍ର । ବର୍ଷାରେ ଛାତରୁ ପାଣି ପଡୁଥିବାରୁ ପଶୁଚିକିତ୍ସା ସେବା ପ୍ରାୟ ବନ୍ଦ ହେବାକୁ ବସିଲାଣି । ପଶୁ ଚିକିତ୍ସକଙ୍କ ଅଫିସ ନଥିବାରୁ ଗାଁ ଗାଁ ବୁଲି ସେବା ଯୋଗାଇ ଦେଉଥିବା ଦେଖିବାକୁ ମିଳୁଛି । ପ୍ରାଣୀ ସହାୟକ କେନ୍ଦ୍ରର ପୁନଃନିର୍ମାଣ ପାଇଁ ପୂର୍ବରୁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ, ସମ୍ବନ୍ଧିତ ଚାନ୍ଦବାଲି ବିଡିଓ କାର୍ଯ୍ୟାଦେଶ ଜାରି କରିବାରେ ବିଳମ୍ବ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ଏହି ବିଳମ୍ବ ପରିଣାମରେ ପଶୁପାଳକମାନେ ପ୍ରତିଦିନ ଦୁର୍ଭାଗରେ ପଡୁଛନ୍ତି ଓ ପଶୁଙ୍କ ଜୀବନକୁ ବିପଦରେ ପକାଇଛି । ଅର୍ଥ ଥିଲେ ମଧ୍ୟ କାମ ହେଉନାହିଁ । ପଶୁ ଚିକିତ୍ସା ପାଇଁ ଗାଁ ଗାଁରେ ବୁଲି ଅନବରତ ସେବା ଯୋଗାଇଛନ୍ତି କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ବିଶ୍ୱ ଭୂଷଣ ଦାସ । ଘଣ୍ଟେଶ୍ୱର ସ୍ଥାନୀୟ ଲୋକମାନେ ତକôାଳ କାର୍ଯ୍ୟାଦେଶ ଜାରି କରି ନୂତନ ଗୃହ ନିର୍ମାଣ ପାଇଁ ଚାନ୍ଦବାଲି ବଡିଓଙ୍କୁ ଅଭିଯୋଗ କରିଛନ୍ତି ।