କୋରାପୁଟ କଫି ପିଇ ପ୍ରଶଂସା କଲେ ରାଜ୍ୟପାଳ
ଭୁବନେଶ୍ୱର : ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି କୋରାପୁଟ ଜିଲ୍ଲା ଗସ୍ତରେ ଆଜି ଆସି ପହଞ୍ଚିଛନ୍ତି । ଜୟପୁର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜୟପୁର ବିମାନ ବନ୍ଦରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଏସପି ରୋହିତ ବର୍ମା,ଉପ ଜିଲ୍ଲାପାଳ ଜୟପୁର ଆକ୍କାଭରମ ଶଶ୍ୟା ରେଡ଼ି ଉପସ୍ଥିତ ରହିଥିଲେ । ପରେ କୋରାପୁଟ କଫି ବୋର୍ଡÿରେ ପହଞ୍ଚି କଫି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ବିଶ୍ୱ ଦରବାରରେ କୋରାପୁଟ କଫି ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଥିବା ବେଳେ କୋରାପୁଟ ଜିଲ୍ଲାରେ ୯୦ ପ୍ରତିଶତ ଅଞ୍ଚଳରେ କଫି ଚାଷ ହେଉଛି । କୋରାପୁଟ ଜିଲ୍ଲାରେ କଫି ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଆଦିବାସୀ ଚାଷୀ । ଆଗକୁ କୋରାପୁଟ କଫି ବଜାରକୁ କିଭଳି ବ୍ୟାପକ କରାଯିବ ସେନେଇ ଅଧିକାରୀ ମାନଙ୍କ ଆଲୋଚନା କରିଥିଲେ । କୋରାପୁଟ କଫି ବୋର୍ଡÿ ପରିସରରେ ବୁଲି କଫି ଗଛ ଦେଖିବା ସହ କୋରାପୁଟ କଫି ପିଇଥିଲେ ଓ ସ୍ୱାଦର ପ୍ରଶଂସା କରିଥିଲେ ରାଜ୍ୟପାଳ । ପରେ କୋରାପୁଟ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ଦାମନଯୋଡି ନାଲକୋ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।
ନାଲକୋ ନବରନôରୁ ମହା ରନôରେ ରୂପାନ୍ତରିତ ହେବାକୁ ପ୍ରସ୍ତୁତି ହେଉଥିବା ବେଳେ ଏହାର ସ୍ଥିତି ପଚାରି ବୁଝିବା ସହ ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନତିକରଣ ପଚାରି ବୁଝିଥିଲେ । ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଭେଷେଜ ମହାବିଦ୍ୟାଳୟର ଅଧିକାରୀ ମାନଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମି ସମ୍ପର୍କ ରେ ପଚାରି ବୁଝିଥିଲେ । ପରେ କୋଟସ ଅଧିକାରୀ ମାନଙ୍କ ସହ ବୈଠକ କରିଥିଲେ । ସିଡ ରାଣୀ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି ଓ ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକାଙ୍କ ସହ ଆଲୋଚନା କରିଥିଲେ ଓ ଏଥି ସହ ମୁଦ୍ରା ହିତାଧିକାରୀ ଓ ଭାରତୀୟ ରେଡକ୍ରସ ସୋସାଇଟିର ଅଧିକାରୀ ମାନଙ୍କ ସହ ଆଲୋଚନା କରଥିଲେ । ସନ୍ଧ୍ୟାରେ ରାଜ୍ୟପାଳ ଶାବର ଶ୍ରୀକ୍ଷେତ୍ର କୋରାପୁଟ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୁପୁ ଭତ୍ରା, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, କଫି ବୋର୍ଡର ବରିଷ୍ଠ ସମ୍ପର୍କ ଅଧିକାରୀ ଉପେନ୍ଦ୍ର କୁମାର ସାହା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ପ୍ରମୁଖ ଉପସ୍ଥିତ ଥିଲେ ।