ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ : ଡ଼ିଜିପି
ଭୁବନେଶ୍ୱର : ଅଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ୍ ମାଓନେତା ଗଣେଶ ନିହତ ହୋଇଛି । ଏହା ଏକ ବଡ ସଫଳତା ବୋଲି କହିଛନ୍ତି ପୁଲିସ ଡିଜି ୱାଇବି ଖୁରାନିଆ। ସେ କହିଛନ୍ତି ଯେ, ଗଣେଶଙ୍କ ନିହତ ପରେ ଓଡିଶାରେ ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଗଣେଶଙ୍କ ସମେତ ୪ ନକ୍ସଲ ନିହତ ହୋଇଛନ୍ତି, ଯାହା ଏକ ବଡ ସଫଳତା । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ଗତ କାଲି ଦୁଇ ମାଓବାଦୀ ନିହତ ହୋଇଥିଲେ। ୨୩ ତାରିଖରେ ୨୨ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କ ମୂଳପୋଛ ହେବ ଲକ୍ଷ୍ୟ ରହିଛି । ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ଆମ ରାଜ୍ୟର ପଲିସି ସବୁଠୁ ଶ୍ରେଷ୍ଠ । ତେଣୁ ମାଓବାଦୀ ହିଂସାପଥ ଛାଡି ସମାଜର ମୁଖ୍ୟତ୍ସୋତରେ ସାମିଲ ହୁଅନ୍ତୁ ବୋଲି ଡିପିଜି ଆହ୍ୱାନ ଦେଇଛନ୍ତି ।
Samir Kumar Rout