ମିଶନ ଶକ୍ତିକୁ ଅଧିକ ସଶକ୍ତ କରିଛି ନବୀନ ଗ୍ୟାରେଣ୍ଟି: ବିଜେଡି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ ହେଉଛି ୨୦୩୪ ସୁଦ୍ଧା ଓଡ଼ିଶାକୁ ଭାରତରେ ଏକ ନମ୍ୱର ରାଜ୍ୟରେ ପରିଣତ କରିବା । ଏହା ୨୦୨୪ ପାଇଁ ଦଳର ଇସ୍ତାହାରରେ ରହିଛି ଯାହା ୨୪ଟି ନବୀନ ଗ୍ୟାରେଣ୍ଟି ସହ ଓଡ଼ିଶାକୁ ଏକ ନମ୍ୱର ରାଜ୍ୟରେ ପରିଣତ କରିବ । ମହିଳା ସଶକ୍ତୀକରଣ ଏବଂ ନାରୀ ଶକ୍ତି ହେଉଛି ସବୁଠାରୁ ଶକ୍ତିଶାଳୀ ଗ୍ୟାରେଣ୍ଟି । ଯାହା ଏହି ସ୍ୱପ୍ନକୁ ସାକାର କରିବ ବୋଲି କହିଛନ୍ତି ବିଜେଡି ସାଂସଦ ତଥା ମୁଖପାତ୍ର ଡ. ସସ୍ମିତ ପାତ୍ର, ଦଳୀୟ ମୁଖପାତ୍ର ଇପ୍ସିତା ସାହୁ ଓ ମହିକ୍ଷିତା ମିଶ୍ର । ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଓଡିଶାର ମାଆ ମାନଙ୍କୁମାତୃ ଦିବସର ଶୁଭେଚ୍ଛା ଜଣାଇ ବିଜେଡିର ଏହି ତିନି ମୁଖପାତ୍ର କହିଛନ୍ତି ଯେ ଆଜି ମାତୃ ଦିବସକୁ ଅଧିକ ପବିତ୍ର କରିଥିବା କଥାଟିହେଉଛି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି । ଏହାଠାରୁ ଅଧିକ ହେଉଛି ମହିଳା ସଶକ୍ତିକରଣ ମାଧ୍ୟମରେ ଓଡ଼ିଶାର ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ତାଙ୍କର ପ୍ରତିବଦ୍ଧତା । ୨୦୦୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ନାମରେ ମହିଳା ସଶକ୍ତୀକରଣ ଆନେ୍ଦାଳନ ଆରମ୍ଭ କରିଥିଲେ, ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଏକ ମହିଳା ବିପ୍ଳବରେ ପରିଣତ ହୋଇଥିଲା ଯେଉଁଥିରେ ଆଜି ୭୦ ଲକ୍ଷ ମହିଳା ସ୍ୱୟଂ ସହାୟକଗୋଷ୍ଠୀ ସଦସ୍ୟ ଏବଂ ୬ ଲକ୍ଷ ମହିଳା ଏସଏଚଜି ଅଛନ୍ତି । ବିଜେଡିର ୨୦୨୪ ଇସ୍ତାହାର ଅନେକ ପାଦ ଆଗକୁ ଯାଇ ସେମାନଙ୍କୁ ଅଧିକ ସମ୍ମାନ ଦେଇଛି । ସମାଜ କଲ୍ୟାଣ ମୂଳକ ପଦକ୍ଷେପ ଆକାରରେ ମିଶନଶକ୍ତି ପେନସନ ଭାବେ ଏହି ସମ୍ମାନ ପ୍ରଦାନ କରାଯାଉଛି । ମିଶନ ଶକ୍ତିର ୭୦ ଲକ୍ଷମହିଳା ସଦସ୍ୟା ତଥା ମିଶନ ଶକ୍ତିର ସହାୟକ ଗୋଷ୍ଠୀ କର୍ମଚାରୀମାନଙ୍କୁ ପେନସନମିଳିବ । ଅପରପକ୍ଷରେ ମିଶନ ଶକ୍ତି ମାଆମାନଙ୍କୁ ନେଇ ବିଜେପି କଣ କରୁଛି ।ସେମାନେ ମାଆ ମାନଙ୍କ ପ୍ରତି ଅସମ୍ମାନ କରୁଛନ୍ତି । ମହିଳାମାନଙ୍କ ପାଇଁ ଆମର ବିଏସକେୱାଇ କଭରେଜ ଆୟୁଷ୍ମାନଭଳି ୫ ଲକ୍ଷ ନୁହେଁ ବରଂ ୧୦ ଲକ୍ଷ ଟଙ୍କା । ଯେହେତୁ ଆମେ ମହିଳାମାନଙ୍କସହିତ ଅଛୁ, ଆମେ ବିଏସକେୱାଇକୁ ବନ୍ଦ କରିବାକୁ ଦେବୁ ନାହିଁ । ୨୦୨୪ ନିର୍ବାଚନୀ ଇସ୍ତାହାରରେ ଆମେ ସ୍ପଷ୍ଟ ଭାବେ କହିସାରିଛୁଯେ ମହିଳା ସଶକ୍ତିକରଣ ବିଜେଡି ପାଇଁ ସ୍ଲୋଗାନ ନୁହେଁ, ଏହା ଏକଶାସନ ବିଧି । ମିଶନ ଶକ୍ତି ଆମର ଗର୍ବ । ବ୍ୟକ୍ତିଗତ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହଜଋଣ ଯୋଗାଇବା ପାଇଁ ଆମେ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠିଗଠନ କରିବୁ । ଶେଷରେ ଡ. ପାତ୍ର କହିଲେ, ଜିରୋ ବିଦୁ୍ୟତ ବିଲ୍ ଓଡ଼ିଶାରେମହିଳା ସଶକ୍ତୀକରଣରେ ଆହୁରି ବିପ୍ଳବ ଆଣିବ । ଶୂନ ବିଦୁ୍ୟତବିଲ୍ରୁ ଓଡ଼ିଶାର ୯୦% ରୁ ଅଧିକ ପରିବାରଙ୍କ ଜୀବନ ଉପକୃତ ହେବାଦ୍ୱାରା ରାଜ୍ୟର ମାଆ ଭଉଣୀଙ୍କ ହାତରେ ଅଧିକ ସଞ୍ଚୟ ହେବ । ଏହା ହେଉଛି ପ୍ରକୃତ ସଶକ୍ତୀକରଣ ଯେଉଁଠାରେ ଏହି ସଞ୍ଚୟ ଆମ ରାଜ୍ୟର ମାଆଭଉଣୀମାନଙ୍କ ଜୀବନ ଏବଂ ଜୀବିକାକୁ ସୁଦୃଢ଼ କରିବ ଏବଂ ୨୦୩୪ ସୁଦ୍ଧା ଓଡ଼ିଶାକୁ ଏକ ନମ୍ୱର ରାଜ୍ୟରେ ପରିଣତ କରିବ, ଯାହାକୁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ୨୦୨୪ ନିର୍ବାଚନୀ ଇସ୍ତାହାରରେ ଲକ୍ଷ୍ୟ ଓ ପରିକଳ୍ପନା କରିଛନ୍ତି ।