କ୍ଷତ୍ରୀୟ ଖଣ୍ଡାୟତ ମହାସଂଘର ସେବାକାର୍ଯ୍ୟ

  କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘ ପକ୍ଷରୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନପ୍ରସାଦ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ସଂଘ ପକ୍ଷରୁ ରଥ ଦାଣ୍ଡରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସେବାକାର୍ଯ୍ୟର ନେତୃତ୍ୱ ସଂଘ ସଭାପତି ଶରତ କୁମାର ବେହୁରା ଓ ଯୁବ ସଂଗଠକ ସୁଧାଂଶୁ କୁମାର ବେଉରା । ଅନନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ଚନ୍ଦନ ପରିଡା, କାର୍ଯ୍ୟକାରୀ ସଭାପତି ଗୋଲେଖ ଚନ୍ଦ୍ର ପଢିଆରୀ, ଉପସଭାପତି ଭାଗିରଥି ଜେନା, ଉପସଭାପତି ଡ଼. ଚୈତନ୍ୟ ଚରଣ ପରିଡା, ଉପଦେଷ୍ଟା ନରୋତ୍ତମ ପରିଡା, ଗଙ୍ଗାଧର ପରିଡା, ଧନେଶ୍ୱର ରାଉତ,  ରଶ୍ମିରଞ୍ଜନ ରାଉତ, ତରୁଣ ରଞ୍ଜନ ପ୍ରଧାନ, ସଂଗଠନ ସଂପାଦକ ଦିଲ୍ଲୀପ କୁମାର ରାଉତ, ମାର୍ଶାଘାଇ ସଭାପତି ରଞ୍ଜନ କୁମାର ନାୟକ, ଆଳି ସଭାପତି ସୁକାନ୍ତ କୁମାର ରାଉତ, କେନ୍ଦ୍ରାପଡ଼ା ସଭାପତି ପୀତବାସ ବେହେରା, କୋଷାଧ୍ୟକ୍ଷ ସୁଶିଲ କୁମାର ସାମଲ, ଦିଲ୍ଲୀପ ଜେନା, ମଳୟ ରାଉତ ପ୍ରମୁଖ ଏହି ପବିତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।