ଅଙ୍ଗନବାଡିରେ ସାମଗ୍ରୀ ନଦେଇ ୧୦ ଲକ୍ଷ ହଡ଼ପ
ରାଜନଗର : ରାଜନଗର ବ୍ଲକ ସାନବଡଗୋପାଳପୁର ପଚାଂୟତର କୁଶାଇଲୋ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନ ଥିବା ବେଳେ, କେନ୍ଦ୍ରକୁ ପାଣି ପାଇପ ସଂଯୋଗ, ସୋଲାର, ଏଲଇଡି ଟିଭି ପ୍ରଭୃତି ସାମଗ୍ରୀ ଯୋଗାଇ ଦିଆଯାଇଥିବା ଦର୍ଶାଇ ଜାଲିଆତି ଭାବେ ଲକ୍ଷାଧିକ ଟଙ୍କାର ବିଲ୍ ଉଠାଯାଇଥିଲା । ଏନେଇ ରାଜନଗର ବିଡିଓଙ୍କ ନିକଟରେ ଅଭିଯୋଗ ହେବା ସହ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତକôାଳୀନ ବିଡିଓ ନିଶାନ ମିଶ୍ର ତଦନ୍ତ ସମୟରେ କୁଶାଇଲୋ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରର ଘର ନ ଥିବା ଦେଖିବାକୁ ପାଇଥିଲେ । ତଦନ୍ତ ସମୟରେ ଏହି କେନ୍ଦ୍ର ପାଇଁ ୧ଲକ୍ଷ ୧୧ହଜାର ଟଙ୍କା ତକôାଳୀନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧିନ ସ୍ୱାଇଁ ଓ ସରପଞ୍ଚ ଥିବା ଗୋଲେଖ ସ୍ୱାଇଁ ଉଠାଇଥିବା ଜଣାପଡିଥିଲା । ଏହି ଘଟଣା ପଦାକୁ ଆସିବା ପରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ସାମଗ୍ରୀ ଯୋଗାଣ ନାମରେ ହୋଇଥିବା ଦୁର୍ନିତୀର ତାଲିକା ଲମ୍ବିବାରେ ଲାଗିଥିଲା ।
ପଞ୍ଚାୟତର ଗର୍ଜନପୁର ଅଙ୍ଗନବାଡି କେନ୍ଦ୍ର ପାଇଁ ୧ଲକ୍ଷ ୩୦ହଜାର ଟଙ୍କା ଉଠାଯାଇଛି । ଏହି କେନ୍ଦ୍ରରେ ଏଲ୍ଇଡି ନ ଥିବା ବେଳେ, ପାଣି ପାଇପ ସଂଯୋଗ ହୋଇନାହିଁ । ବଡଓଲରା ଅଙ୍ଗନବାଡି କେନ୍ଦ୍ର ପାଇଁ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୨ ରୁ ମେ ୨୦୨୨ ମଧ୍ୟରେ ବିଲ୍ ନଂ- ୭୭୬୨୫୩୧୫ରେ ୧ ଲକ୍ଷ ୧୧ହଜାର ଟଙ୍କା ଉଠାଯାଇଛି । ସେହି କେନ୍ଦ୍ର ପାଇଁ ଦ୍ୱିତୀୟ ବିଲ୍ ନଂ- ୭୭୬୨୫୮୨୧ରେ ୧ଲକ୍ଷ ୧୧ହଜାର ଟଙ୍କା ଉଠାଯାଇଛି । ଏହି କେନ୍ଦ୍ରକୁ ପାଣି ମଟର ଦିଆଯାଇ ନାହିଁ । କିଆଯୋଡି ଓ ସାନଓଲରା ଅଙ୍ଗନବାଡି କେନ୍ଦ୍ରକୁ ୧ଲକ୍ଷ ୧୧ହଜାର ଟଙ୍କା ଲେଖାଏଁ ସରଞ୍ଜାମ ଯୋଗାଇ ଦିଆଯାଇଛି । ଭାଟପଡା ଓ ସାନବଡଗୋପାଳପୁର ଅଙ୍ଗନବାଡି କେନ୍ଦ୍ର ପାଇଁ ୨୦୨୩ ବର୍ଷରେ ୧ଲକ୍ଷ ୧୧ହଜାର ଟଙ୍କା ଲେଖାଏ ଉଠାଇଯାଇ ସାମଗ୍ରୀ ଯୋଗାଇ ଦିଆଯାଇଛି । ନୁରୁଗାଁ ଓ ଜଗନ୍ନାଥପୁର ଅଙ୍ଗନବାଡି କେନ୍ଦ୍ର ପାଇଁ ୧ଲକ୍ଷ ୩୦ହଜାର ଟଙ୍କା ଲେଖାଏଁ ବିଲ ଉଠାଯାଇ ସାମଗ୍ରୀ ଯୋଗାଇ ଦିଆଯାଇଛି । ସବୁଠାରୁ ବଡକଥା ହେଲା, ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଏକାପ୍ରକାର ସାମଗ୍ରୀ ଯୋଗା ଯାଇଥିବା ବେଳେ, କେଉଁଠି ୧ଲକ୍ଷ ୧୧ହଜାର ତ ଆଉ କେଉଁଠି ୧ ଲକ୍ଷ ୩୦ହଜାର ଟଙ୍କା ଉଠାଯାଇଛି । ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ୨୦୨୪ ମସିହା ସେପ୍ଟେମ୍ବର ୨ତାରିଖରେ ଡାକଯୋଗେ ପଚାଂୟତବାସୀ ଅଭିଯୋଗ କରିଥିଲେ । ସେହି ସେପ୍ଟେମ୍ବର ମାସ ୧୦ତାରିଖ ଦିନ ରାଜନଗର ବ୍ଲକ ପରିସରରେ ଚାଲିଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ କୁଶାଇଲୋ ଗ୍ରାମବାସୀ ଅଭିଯୋଗ କରିଥିଲେ । ୨୦୨୪ ମସିହା ନଭେମ୍ବର ୧୧ତାରିଖ ଦିନ ରାଜନଗରରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ପୁନର୍ବାର କୁଶାଇଲୋ ଗ୍ରାମବାସୀ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଚିରାଚରିତ ଢଙ୍ଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ଏଯାବତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ ସ୍ୱଚ୍ଛତାକୁ ନେଇ ସନେ୍ଦହ ପ୍ରକଟ କରିଛନ୍ତି । ଖାଲି ଥରେ ଅଧେ ନୁହେଁ, ତିନିଥର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ବି ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଜିଲ୍ଲାପାଳ କ’ଣ ପାଇଁ ଦୁର୍ନିତୀଖୋରଙ୍କ ପ୍ରତି ସମ୍ବେଦନଶୀଳ ହେଉଛନ୍ତି? ସେମାନଙ୍କୁ କିଏ ଘଂଟ ଘୋଡାଉଛି? ଦୁର୍ନିତୀଖୋରଙ୍କ ସହ ତଦନ୍ତକାରୀ ଅଧିକାରୀ ଓ ଜିଲ୍ଲାପାଳଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହୋଇନାହିଁ ତ । ଯାହାକୁ ନେଇ ସାଧାରଣରେ ସଂଶୟ ସୃଷ୍ଟି ହୋଇଛି । ଦେଖାଯାଉ କେବେ ଦୁର୍ନିତୀର ପର୍ଦ୍ଦାଫାସ ହେବ ଓ ଦୁର୍ନିତୀକାରୀ ଦଣ୍ଡିତ ହେବେ ଦେଖିବାକୁ ବାକି ରହିଲା ।