ଭିନ୍ନକ୍ଷମଙ୍କ ପାଇଁ ସରକାରୀ ଯୋଜନା ସାତ ସପନ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବିଜୟ ନଗର ଗ୍ରାମପଞ୍ଚାୟତ ବିଜୟ ନଗର ଗ୍ରାମର ଭିନକ୍ଷମ ବୃଦ୍ଧା ସରସ୍ୱତୀ ଜେନା ଭଉଣୀ ସୁମିତ୍ରା ଜେନା ଦୁଇଜଣ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ୯୦% ରୁ ଉର୍ଦ୍ଧ ଭିନକ୍ଷମ ପ୍ରମାଣ ପତ୍ର ପାଇଥିବା ବେଳେ ଓ ଦୁଇ ଭଉଣୀ ଙ୍କୁ ଏପର୍ଯ୍ୟନ୍ତ ଅନ୍ତଦ୍ୟୋୟ କିମ୍ବା ସରକାରୀ ବାସ ଗୃହ ପାଇଁ ଜମିଖଣ୍ଡିଏ ଯୋଗାଇ ଦିଆଗଲା ନାହିଁ । ଖବର ମୁତାବକ ଭୋଝ ଉପରେ ନଳିତା ବିଡା ଭଳି ମହାକାଳପଡ଼ା ତହସିଲଦାର ମଧ୍ୟ ଭିନକ୍ଷମ ସରସ୍ୱତୀଙ୍କ ଗୃହ ମଧ୍ୟ ଉଚ୍ଛେଦ କରିଦେଇଛନ୍ତି । ଏବେ ସରସ୍ୱତୀ ଏବଂ ତାଙ୍କ ବିକଳାଙ୍ଗ ଭଉଣୀ ଏକ ପଲ୍ହା ମାରି ରହୁଛନ୍ତି । ସବୁଠାରୁ ବ୍ୟତିକ୍ରମ ବିଷୟ ଯେ, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ପଞ୍ଚାୟତ ବାସିନ୍ଦା ହୋଇଥିବା ବେଳେ କାହିଁକି ବିଧାୟକ ଦେଖିପାରିଲେ ନାହିଁ । ଭଙ୍ଗା ଚାଳ ଛପର ଘରେ ଦୁଇ ଭିନକ୍ଷମ ଭଉଣୀଙ୍କ ଜୀବନ କାଳତିପାତ କରୁଥିବା ବେଳେ ସରକାରୀ ବାସଗୃହ ଏବଂ ଭୂମି ହୀନ ହୋଇଥିବାରୁ ଏହି ଭିନକ୍ଷମ ସରସ୍ୱତୀଙ୍କ ପାଇଁ ସରକାରୀ ସୁବିଧା ସାତ ସପନ ପାଲଟିଛି । ସରସ୍ୱତୀଙ୍କ ଦୁଃଖ କେହି ନଶୁଣିବା ଫଳରେ ନିଜେ ସରସ୍ୱତୀ ଆଜି ରାସ୍ତାରେ ଘୁଷୁରୀ ଘୁଷୁରୀ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇବା ପାଇଁ ଆସିଛନ୍ତି । ସବୁଠାରୁ ଦୁଃଖ ଆଉ ପରିତାପର ବିଷୟ ସରକାର ଭିନକ୍ଷମ ମାନଙ୍କ ପାଇଁ ମାଳ ମାଳ ଯୋଜନା କରୁଥିବା ବେଳେ ମହାକାଳପଡ଼ା ଭିନକ୍ଷମ ସରସ୍ୱତୀଙ୍କ ପାଇଁ ବାସଗୃହ ଏବଂ ଅନ୍ତଦ୍ୟୋୟ ଯୋଜନା କାହିଁକି ଅପହଞ୍ଚ ହୋଇପଡିଛି । ସରକାର କେହି ଭୂମିହୀନ ରହିବେ ନାହିଁ କହୁଥିବା ବେଳେ ସରସ୍ୱତୀ କାହିଁକି ଦୁଃଖ ପାଉଛନ୍ତି ଓ ତାହା ସାଧାରଣ ଏକ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି ।