ଗୌରବ ଆଣିଲେ ଆଶୁତୋଷ ଓ ରାଜେନ୍ଦ୍ର

 ରାଜକନିକା :  ରାଜକନିକା ପାଇଁ ଗୌରବ ଆଣିଛନ୍ତି ନିଟି ପାଇଥିବା ଦୁଇ ଛାତ୍ର । ଓଳାଭର ପଞ୍ଚାୟତ ବାଲିସାହି ଗାଁର ଅମର କୁମାର ପାଲ ଓ ପଦ୍ମାବତୀ ପାଲଙ୍କ ସାନ ପୁଅ ଆଶୁତୋଷ ପାଲ ନିଟି ପରୀକ୍ଷାରେ ୫୭୨ନମ୍ବର ରଖି ୫୦୪୦ ର୍ୟାଙ୍କ ପାଇଥିବା ବେଳେ କାଟଣା-ବଣିଆ ପଞ୍ଚଯାତ ବାଜପୁର ଗାଁର ରମେଶ ବିଶ୍ୱାଳ ଓ ସୁକାନ୍ତି ଜେନାଙ୍କ ପୁଅ ରାଜେନ୍ଦ୍ର ବିଶ୍ୱାଳ ସର୍ବ ଭାରତୀୟ ନିଟୀ ପରୀକ୍ଷା -୫୩୯ ନମ୍ବର ରଖି ୧୮୦୯୪ ର୍ୟାଙ୍କ ରଖି ରାଜକନିକା ବ୍ଲକ ପାଇ ଗୌରବ ଆଣିଛନ୍ତି । ଏହି ଦୁଇ ଜଣ ଛାତ୍ର ଟ୍ରେଟ୍ରାହେଡେନ କଲେଜ ଟାଙ୍ଗୀରେ ପାଠ ପଢୁଥିଲେ । ତାଙ୍କର ଏହି ସଫଳତା ପାଇଁ ରାଜକନିକା ଅଞ୍ଚଳରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ମିଳିବାରେ ଲାଗିଛି  ।