କ୍ୟୋର୍ ଇଣ୍ଡିଆ ଓ ସରକାରଙ୍କ ମଧ୍ୟରେ ଏମ୍ଓୟୁ : ଆଉ ଦୁଇ ବର୍ଷ ବୃଦ୍ଧି ହେଲା କ୍ଲବ୍ଫୁଟ୍ ଅଭିଯାନ

ଭୁବନେଶ୍ୱର:  ରାଜ୍ୟ ସରକାର କ୍ୟୋର ଇଣ୍ଡିଆ ଟ୍ରଷ୍ଟ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରି କ୍ଲବ୍ଫୁଟ୍ ଅଭିଯାନକୁ ଆଉ ଦୁଇବର୍ଷ ସମ୍ପ୍ରସାରିତ କରିଛନ୍ତି । କ୍ଲବ୍ଫୁଟ୍ ଦ୍ୱାରା ପ୍ରଭାବିତ ହେଉଥିବା ନବଜାତ ଶିଶୁମାନଙ୍କ ସମ୍ପୂର୍ଣ୍ଣ ମାଗଣା ଓ ଉତ୍ତମ ଚିକିସôା ଏହି ଚୁକ୍ତିନାମାର ପ୍ରଧାନ ଆଭିମୁଖ୍ୟ ଅଟେ । କ୍ଲବ୍ଫୁଟ୍ କ୍ଷେତ୍ରରେ ପ୍ରାରମ୍ଭିକ ଚିକିସôା ଅର୍ଥାତ ପ୍ରଥମ ଏକ/ଦୁଇ ମାସ ନବଜାତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପିତାମାତାମାନେ ନବଜାତ ଶିଶୁ  କ୍ଲବ୍ଫୁଟ୍ରେ ଆକ୍ରାନ୍ତ ହୋଇଥିବା ଜାଣିବା କ୍ଷଣି ତୁରନ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ ସହଯୋଗୀଙ୍କ ସାହାଯ୍ୟ ନେଲେ ଆମେ କ୍ଲବ୍ଫୁଟ୍କୁ ସମ୍ପୂର୍ଣ୍ଣ ପରାହତ କରିପାରିବା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଆଶାବ୍ୟକ୍ତ କରିଛନ୍ତି । କ୍ୟୋର୍ ଇଣ୍ଡିଆ ଟ୍ରଷ୍ଟ ବିନା ଦେୟରେ ଏହି ସେବା ଯୋଗାଉଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ ଟ୍ରଷ୍ଟକୁ ସାଧୁବାଦ ଜ୍ଞାପନ କରିବା ସହ ରାଜ୍ୟବାସୀ ଏହି ଚିକିସôା ସୁଯୋଗକୁ ପୂର୍ଣ୍ଣମାତ୍ରାରେ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଚୁକ୍ତିନାମା ୧୬ ଜାନୁଆରୀ ୨୦୨୫ରୁ ୧୫ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ବଳବତ୍ତର ରହିବ । ବୁଝାମଣା ପତ୍ର ସ୍ୱାକ୍ଷର ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍, ବିଭାଗୀୟ ଯୁଗ୍ମ ଶାସନ ସଚିବ ଜସ୍ମିନ ପଟ୍ଟନାୟକ, କ୍ୟୋର୍ ଇଣ୍ଡିଆ ଟ୍ରଷ୍ଟର ରାଷ୍ଟ୍ରୀୟ ସଂଯୋଜକ ଡା ଅତୁଲା ଜମିର, କୋ୍ୟାର ଇଣ୍ଡିଆ ଟ୍ରଷ୍ଟର ରାଜ୍ୟ ସଂଯୋଜକ ଉପାସନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।