ଆଦିବାସୀ ସମାବେଶ

 ନବରଙ୍ଗପୁର : ଜିଲ୍ଲାସ୍ତରୀୟ ବିକାଶ ମେଳାର ଚତୁର୍ଥ ଦିବସ ପାଳନ ଅବସରରେ ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା ନବରଙ୍ଗପୁର ପକ୍ଷରୁ ଆଦିବାସୀ ସମାବେଶର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚô ନାରାୟଣ ଦରୱାନ୍ ଯୋଗ ଦେଇ ଯୋଜନାରେ ସହାୟତା ପାଇଥିବା ଆଦିବାସୀ ଲାଭାନ୍ୱିତଙ୍କ ସହ ଆଲୋଚନା କରିଥିଲେ । ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ରାଜୀବ ସାହୁ  ସମାବେଶରେ ଧରତି ଆବା ଜନ ଜାତୀୟ ଉକôର୍ଷ ଗ୍ରାମୀଣ ଅଭିଯାନ କ୍ୟାମ୍ପେନ୍, ଜଙ୍ଗଲ ଅଧିକାର ନିୟମ ଶିରୋନାମା ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ, ଏବଂ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ବିଷୟରେ ବିସ୍ତୃତ ଭାବେ ତଥ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପ୍ରକଳ୍ପ ଉପରେ ଏକ ପାୱାର ପଏଣ୍ଟ୍ ପ୍ରସ୍ତୁତିକୁ ସମସ୍ତେ ଦେଖିଥିଲେ । ଏହି ଅବସରରେ ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶିକ୍ଷା ସଂପର୍କିତ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିଥିଲା ଝରିଗାଁ ବ୍ଲକର ୨୨୩  ଜଣ ବ୍ୟକ୍ତିଗତ ଲାଭାନ୍ୱିତଙ୍କୁ ଏଫଆର୍ଏ ଟାଇଟେଲ୍ ବଣ୍ଟନ କରାଯିବା । ଯାହା ଆଦିବାସୀ ଲୋକଙ୍କ ଜମି ଅଧିକାର ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଏହି ସମାବେଶ ଧରତି ଆବା ଜନ ଜାତୀୟ ଉକôର୍ଷ ଗ୍ରାମୀଣ ଅଭିଯାନ କ୍ୟାମ୍ପନ୍ ସମ୍ପର୍କରେ ସଚେତନତା ବୃଦ୍ଧି କରିଥିଲା ।