ଖଣ୍ଡା ଦେଖାଇ ଲୁଟ୍ ; ଦୁଇ ଲୁଟେରା ଗିରଫ
ଭୁବନେଶ୍ୱର, ୧୦ା୬ : ରବିବାର ସକାଳୁ ସକାଳୁ ଅଭିଯୋଗକାରୀ ନିଜ କର୍ମ କ୍ଷେତ୍ରରେ କାର୍ଗିଲ ବସ୍ତି ଦେଇ ଯାଉଥିବା ବେଳେ ୨ ଜଣ ମଦୁଆ ପ୍ରଚୁର ମଦପି ଏକ ଖଣ୍ଡା ଦେଖାଇ ତାଙ୍କ ଠାରୁ ୨୧୦୦ ଟଙ୍କା ଲୁଟି ନେଇଛନ୍ତି । ଏନେଇ ଅଭିଯୋଗକାରୀ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ୧୬୭ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୨ ଜଣ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ, କାର୍ଗିଲ ବସ୍ତିର ଦିନେଶ ଦାସ ଓରଫ (କାଳୁ) ଓ ମାନସ ଦାସ । ପରେ ସେମାନଙ୍କୁ ଦଫା ୩୯୪ ଆଇପିସି ଆରଡବ୍ଲୁ୍ୟ ସେକ୍ସନ ୨୫ ଆରମ୍ସ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ରବିବାର ସକାଳୁ ଅଭିଯୋଗକାରୀ ସୁଦାମ ପ୍ରଧାନ କାର୍ଗିଲ ବସ୍ତି ଦେଇ କାମକୁ ଯାଉଥିବା ବେଳେ ଦୁଇ ଅଭିଯୁକ୍ତ ମଦପି କାର୍ଗିଲ ବସ୍ତି ତ୍ରୀନାଥ ମନ୍ଦିର ନିକଟରେ ଅଟାକାଇ । ପରେ ତାଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିବାର ଭୟ ଦେଖାଇ ତାଙ୍କ ପକେଟରୁ ୨୧୦୦ ଟଙ୍କା ଓ ଏକ ମୋବାଇଲ ଫୋନ୍ ନେଇ ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗକାରୀ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଅଭିଯୋଗର ୮ ଘଣ୍ଟା ଭିତରେ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ମୋବାଇଲ ଓ ୧୧୦୦ ଟଙ୍କା ମଧ୍ୟ ଜବତ କରାଯାଇଛି ।