ଦୁଇ ବେପାରୀ ଗିରଫ ; ୮ ଗ୍ରାମ ବ୍ରାଉନସୁଗାର ଜବତ

ଦୁଇ ବେପାରୀ ଗିରଫ ; ୮ ଗ୍ରାମ ବ୍ରାଉନସୁଗାର ଜବତ


ଭୁବନେଶ୍ୱର, ୧୦ା୬ : ସହିଦନଗର ଥାନା ଅଧିନ ଆନନ୍ଦ ବିହାର ଛକ କଗ୍ନିଜାଣ୍ଟ ଓମଫେଡ୍ ନିକଟରେ ଦୁଇ ଜଣ ନିଶା ବେପାରୀ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ମାଡି ବସିଲା ସହିଦନଗର ଥାନାର ଟିମ । ଦୁଇ ଅଭିଯୁକ୍ତଙ୍କ ତଲାସି ବେଳେ ସେମାନଙ୍କ ଠାରୁ ୮ ଗ୍ରାମ ବ୍ରାଉନସୁଗାର, ୮୦୦ ଟଙ୍କା ଓ ୨ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ, ୟୁନିଟ୍-୯ ଅଞ୍ଚଳର ଆରୀୟନ ନାୟକ ଓ ଭୋଇନଗର ବସ୍ତିର ଚନ୍ଦନ ନାୟକ । ଆଜି ଦ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅଧାରରେ ସହିସନଗର ଥାନା ଅଧିକାରୀଙ୍କ ନିଦେ୍ର୍ଧଶ କ୍ରମେ ସମ୍ପୃକ୍ତ ଥାନାର ଏସଆଇ ଅଜିତ୍ କୁମାର ବାର୍ଗେ ଓ ତାଙ୍କର ଟିମ ଥାନା ଅନ୍ତର୍ଗତ ଆନନ୍ଦ ବିହାର ଛକ,କଗ୍ନିଜାଣ୍ଟ ଓମଫେଡ୍ ନିକଟରେ ଅତର୍କିତ ଚଢ଼ାଉ କରି ବେଆଇନ୍ ବ୍ରାଉନସୁଗାର ବିକ୍ରି କରୁଥିବା ସମୟରେ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଛାନଭିନ ସମୟରେ ସେମାନଙ୍କ ଠାରୁ ୮ ଗ୍ରାମ ବ୍ରାଉନସୁଗାର, ୮୦୦ ଟଙ୍କା ଓ ୨ଟି ମୋବାଇଲ ଜବତ କରାଯାଇଥିଲା ।