ଧର୍ମେନ୍ଦ୍ରଙ୍କୁ ଶିକ୍ଷା ଓ ଅଶ୍ୱିନୀଙ୍କୁ ରେଳ ଓ ସୂଚନା ପ୍ରସାରଣ 

Dharmendra Pradhan

ଧର୍ମେନ୍ଦ୍ରଙ୍କୁ ଶିକ୍ଷା ଓ ଅଶ୍ୱିନୀଙ୍କୁ ରେଳ ଓ ସୂଚନା ପ୍ରସାରଣ 

ଭୁବନେଶ୍ୱର : ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣିଥରେ ଶିକ୍ଷା ମନ୍ତ୍ରଣାଳୟ ମିଳିଛି  । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ସମ୍ପ୍ରସାରଣ ବେଳେ ତାଙ୍କୁ ଶିକ୍ଷା ମନ୍ତ୍ରଣାଳୟ ମିଳିଥିଲା  । ଅପରପକ୍ଷରେ ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ  । ପୂର୍ବରୁ ତାଙ୍କ ହାତରେ ରେଳ ମନ୍ତ୍ରଣାଳୟ ରହିଥିଲା  । ଏଥର ମଧ୍ୟ ତାଙ୍କୁ ରେଳ ମନ୍ତ୍ରଣାଳୟ ମିଳିଛି  । 

ମୋଦି ସରକାରଙ୍କ ତୃତୀୟ ପାଳିର ମନ୍ତ୍ରୀମଣ୍ଡଳ ଗଠନ ହୋଇସାରିଥିବାବେଳେ ଆଜି ମନ୍ତ୍ରଣାଳୟ ଆବଣ୍ଟନ କରାଯାଇଛି  । ପୂର୍ବଭଳି ଅମିତ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ରହିବେ  । ରାଜନାଥ ସିଂହଙ୍କୁ ପ୍ରତିରକ୍ଷା, ନିର୍ମଳା ସୀତାରମନଙ୍କୁ ଅର୍ଥ ମନ୍ତ୍ରଣାଳୟ ମିଳିଛି  । ଅପରପକ୍ଷରେ ନୀତିନ ଗଡ଼କରୀଙ୍କୁ ପୂର୍ବଭଳି ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପ୍ରଦାନ କରାଯାଇଛି  । ଏହାଛଡ଼ା ମନୋହରଲାଲ ଖଟ୍ଟର ଶକ୍ତି,  ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଓ ଗୃହ ନିର୍ମାଣ ମନ୍ତ୍ରଣାଳୟ ସମ୍ଭାଳିବେ  । 

ଏସ ଜୟଶଙ୍କର : ବୈଦେଶିକ ବ୍ୟାପାର
ଶିବରାଜ ସିଂ ଚୌହ୍ୱାନ : କୃଷି ଓ ଗ୍ରାମ୍ୟ ଉନ୍ନୟନ
ଜିତନରାମ ମାଁଝୀ : ଏମଏସଏମଇ
ଚିରାଗ ପାଶୱାନ : କ୍ରୀଡ଼ା
ଏଚଡ଼ି କୁମାରସ୍ୱାମୀ : ଇସ୍ପାତ ଓ ଭାରି ଶିଳ୍ପ
ଅନ୍ନପୂର୍ଣ୍ଣା ଦେବୀ : ମହିଳ ସଶକ୍ତିକରଣ
ଗଜେନ୍ଦ୍ର ଶେଖାୱତ : ପର୍ଯ୍ୟଟନ
କିରଣ ରିଜଜୁ : ସଂସଦୀୟ ବ୍ୟାପାର
ଜଗତପ୍ରସାଦ ନଡ୍ଡା : ସ୍ୱାସ୍ଥ୍ୟ
ସର୍ବାନନ୍ଦ ସୋନୱାଲ : ବନ୍ଦର ଓ ଜାହାଜ ଚଳାଚଳ