ଖବର ପ୍ରକାଶ ପରେ ଚେତିଲା ବିଭାଗ : ଟ୍ରାନ୍ସଫର୍ମର ଦୁଆର ମୁହଁରେ ଲାଗିଲା ଫାଟକ
ସୁକିନ୍ଦା : ସୁକିନ୍ଦା ସଦରମହକୁମା ଅରାସାହି ସମିଲ ଛକ ରାସ୍ତା କଡ଼ରେ ଏକ ବିଦୁ୍ୟତ୍ ଟ୍ରାନ୍ସଫରମର ଅତି ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିଲା । ସ୍ଥାନୀୟ ଲୋକେ ଏବିଷୟରେ ବିଦୁ୍ୟତ୍ ବିଭାଗ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିଲା । ତେବେ ଏନେଇ ଚଳିତମାସ ୧ତାରିଖରେ ‘ସୂର୍ଯ୍ୟପ୍ରଭା’ରେ ଖବର ପ୍ରକାଶ ପରେ ବିଭାଗ ଚେତିଥିଲା । ଆଜି ବିଭାଗ ପକ୍ଷରୁ ଖୋଲା ପଡ଼ିଥିବା ଟ୍ରାନ୍ସଫରମର ସମ୍ମୁଖ ଭାଗରେ ଫାଟକ ଲଗାଇଛି । ଯାହା ଫଳରେ କୈାଣସି ବିପଦ ଘଟିବାର ସମ୍ଭାବନା ଦୂର ହୋଇଛି ।