ବାଲିସିରା ମେଡିକାଲରେ ରୋଗୀ କଲ୍ୟାଣ ସମିତି ବୈଠକ
ାା ପ୍ରଭାନୁ୍ୟଜ ।ା ଆସିକା: ଆସିକା ନିକଟସ୍ଥ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କ ଅଧକ୍ଷତାରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଛିା । ଉକ୍ତ ବୈଠକରେ ଆସିକା ଉପଖଣ୍ଡ ମେଡିକାଲର ଅଧିକ୍ଷକ ଡାକ୍ତର ବାଲ ଗୋପାଲ ବେହେରା, ବାଲିସିରା ମେଡିକାଲର ମୁଖ୍ୟ ଡାକ୍ତର ମଧୁସୂଦନ ବାରିକ, ଡାକ୍ତର କ୍ଷେତ୍ରଲାଲ ବେହେରା, ଡାକ୍ତର ବାଲାଜୀରାମ ସାହୁ, ଡାକ୍ତର ଶୁଭମ ପାଣିଗ୍ରାହୀ, ଡାକ୍ତର ଆକାଂକ୍ଷା ପାତ୍ର, ଡାକ୍ତର ସ୍ୱସ୍ତିକ ସାହୁ ଉପସ୍ଥିତ ରହିଥିବା ବେଳେ ବ୍ଲକ ପରିଚାଳନା ସଂଯୋଜିକା ସାଗରିକା ମିଶ୍ର ଓ ବିଧାୟକ ପ୍ରତିନିଧି ସନ୍ଦୀପ ପାଢ଼ୀ ପ୍ରମୁଖ ମଞ୍ଚାସୀନ ରହିଥିଲେ ।
ଆଜିର ଏହି ବୈଠକରେ ମେଡିକାଲକୁ ଆସୁଥିବା ରୋଗୀ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା, ମାଗଣାରେ ଔଷଧ ପ୍ରଦାନ କରିବା ସହ ମେଡିକାଲ ପରିବେଶକୁ ସଫା ସୁତରା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥି ସହିତ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଜନ ଆରୋଗ୍ୟ କେନ୍ଦ୍ରରେ ରହୁଥିବା ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମାନେ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ରହି ସେହି ଅଞ୍ଚଳର ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଦେବା ନିମାନ୍ତେ ବିଧାୟକ ବାଲିସିରା ମେଡିକାଲର ଡାକ୍ତରଙ୍କୁ କହିଥିଲେ । ଏଥି ସହିତ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିଶୋରୀ ମାନଙ୍କ ପାଇଁ ଶ୍ରଦ୍ଧା କ୍ଲିନିକରେ ସୁବିିଧା ନିମନ୍ତେ ଗୁରୁତ୍ୱ ଦେବାକୁ ଅନେକ ସଦସ୍ୟ କହିଥିଲେ । ଏହି ବୈଠକରେ ରୋଗୀ କଲ୍ୟାଣ ସମିତିର ନୂତନ ସଦସ୍ୟ କରୁଣାକର ମହାନ୍ତି, ନିରଂଜନ ବିଷୋୟୀ, ଭଜରାମ ସ୍ୱାଇଁ, ସନ୍ତୋଷ କୁମାର ପ୍ରଧାନ, ରବୀନ୍ଦ୍ର ଦାସ, ବିଜୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, କୁବେର ପାତ୍ର ସମେତ ବହୁ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ କାୟାକଳ୍ପ ନିମନ୍ତେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।