ଖାଉଟି ସାମଗ୍ରୀରୁ ବଞ୍ଚିତ, ବିଡିଓଙ୍କୁ ଅଭିଯୋଗ ଚାନ୍ଦବାଲିରୁ ଅଭୟ ମହାକୁଡ଼
ଭଦ୍ରକ ଜିଲା ·ନ୍ଦବାଲି ବ୍ଲକ ଘଟପୁର ପଞ୍ଚାୟତରେୟ୧୦୦ରୁ ଅଧିକ ରାସନ ହିତାଧିକାରୀଙ୍କ ଖାଉଟି ସାମଗ୍ରୀ ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ହିତାଧିକାରୀ ମାନେ ·ନ୍ଦବାଲି ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ସୁଚନା ମୁତାବକ ଘଟପୁର ପଞ୍ଚାୟତର ଖାଉଟି ସାମଗ୍ରୀ ବଣ୍ଟନ ଦାଇତ୍ୱରେ ଥିବା ପ୍ରମିଳା ବାରିକ ଗତ ଡିସେମ୍ବର ମାସ ଓ ଚଳିତ ଜୁନ ମାସ ଏପରି ଦୁଇ ମାସର ·ଉଳ ନଦେଇ ବିକ୍ରି କରିଦେଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ମାନେ । ଶହେ ହିତାଧିକାରୀଙ୍କର ଦୁଇ ମାସର ·ଉଳ ଦେଇନଥିବା ବେଳେ ଦଶରୁ ପନ୍ଦର ହିତାଧିକାରୀଙ୍କର ମାନଙ୍କୁ ସାତ ମାସର ·ଉଳ ଦେଇନଥିବା ମଧ୍ୟ ଅଭିଯୋଗ ହୋଇଛି । ଘଟପୁର ସାତ ନମ୍ବର ୱାର୍ଡର ନଦିଆ·ନ୍ଦ ବଳଙ୍କ ଅଭିଯୋଗ ତାଙ୍କର ଦୁଇ ମାସର ·ଉଳ ଡିଲର ପ୍ରମିଳା ବାରିକ ଦେଇନଥିବା ବେଳେ ତାଙ୍କ ଖାତାରେ ଅଗ୍ରିମ ଦୁଇ ମାସ ଜୁଲାଇ, ଅଗଷ୍ଟ ମାସର ·ଉଳ ଇସୁ କରାଯାଇଛି । ·ଉଳ ପାଇନଥିବା ହିତାଧିକାରୀମାନେ ·ଉଳ ଆଣିବାକୁ ବାରମ୍ବାର ଡିଲର ପାଖକୁ ଗଲା ବେଳକୁ ବିଜେଡିକୁ ଭୋଟ ଦେଇନାହିଁ ବୋଲି ତୁମକୁ ·ଉଳ ବନ୍ଦ କରି ଦିଆଯାଇଛି କହୁଛନ୍ତି ଉକ୍ତ ଡିଲର । ପ୍ରାୟ ପାଞ୍ଚସହ କୁଏଣ୍ଟାଲ ·ଉଳ ହେରେଫେର ହୋଇଛି ବୋଲି ଅଭିଯୋଗ କରିଛନ୍ତି ହିତାଧିକାରୀମାନେ । ହିତାଧିକାରୀଙ୍କ ଅଭିଯୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାଁ ଗାଁ ରେ ଗରିବ ଓ ଅସହାୟ ଲୋକଙ୍କ ପାଇଁ ମାଗଣାରେ ·ଉଳ ପଠାଉଛନ୍ତି ହେଲେ ·ଉଳ ବଣ୍ଟନ ଦାଇତ୍ୱରେ ଥିବା ଡିଲର ମାନେ ବିଡ଼ିଓ ଓ ଯୋଗାଣ ଅଧିକାରୀଙ୍କୁ ହାତ ବାରିସୀ କରି ହିତାଧିକାରୀଙ୍କ ·ଉଳ ହଡ଼ପ କରି ନିଜର ପକେଟ ଗରମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଘଟପୁର ପଞ୍ଚାୟତର ଖାଉଟି ହିତାଧିକାରୀମାନେ । ଏହି ପଞ୍ଚାୟତଟି ଖୋଦ ବ୍ଲକ ଉପାଧ୍ୟାକ୍ଷ୍ୟଙ୍କ ନିଜ ପଞ୍ଚାୟତ ହୋଇଥିଲେ ମଧ୍ୟ ପଞ୍ଚାୟତ ବାସୀଙ୍କୁ ମିଳୁନି ନ୍ୟାୟ ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶତାଧିକ ଲୋକ । ବାରମ୍ବାର ଦୌଡ଼ି ଦୌଡ଼ି ·ଉଳ ନମିଳିବା ପରେ ଗତ ଉଣେଇଶ ତାରିଖ ଏହି ହରିଲୁଟ ବାବଦରେ ·ନ୍ଦବାଲି ବିଡ଼ିଓ ଅସିତ କୁମାର ମହାନ୍ତିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ହିତାଧିକାରୀମାନେ ତାହା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ନିଜର ଅସନ୍ତୋଷ ଜାହିର କରିବା ସହ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ସାତଦିନ ଭିତରେ ଯଦି ସମ୍ପୂକ୍ତ ଡିଲରଙ୍କ ବିରୁଦ୍ଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ ତେବେ ·ନ୍ଦବାଲି ବିଡ଼ିଓଙ୍କ ନାଁରେ ଜିଲ୍ଲାପାଳ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଫେରାଦ ହେବେ ବୋଲି ପ୍ରକାଶ କରିଛନ୍ତି ହିତାଧିକାରୀ କୂଳମଣି ବାରିକ, କୌଶଲ୍ୟା ବଳ, ସୁଲଚନା ଦାସ, ନରହରି ମିଶ୍ର, ପ୍ରମୁଖ ଅଭିଯୋଗ କରିଛନ୍ତି କ୍ଷ ତେବେ ଏଅବାବଦରେ ·ନ୍ଦବାଲି ବିଡ଼ିଓ ଅସିତ କୁମାର ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଅଭିଯୋଗ ମିଳିଛି ତଦନ୍ତ ହେବ ।