ବାରମ୍ବାର ବିଦୁ୍ୟତ କାଟ୍; ବଢୁଛି ଅସନ୍ତୋଷ
ଧର୍ମଶାଳା,୧୧ା୨: ମରାମତି ନାମରେ ଧର୍ମଶାଳା ଅଞ୍ଚଳରେ ବାରମ୍ବାର ବିଜୁଳି କାଟ କରାଯାଉଛି । ଯାହାକୁ ନେଇ ଉପଭୋକ୍ତା ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଚଳିତ ବର୍ଷ ବିଦୁ୍ୟତ ମରାମତି ଆଳରେ ଜାନୁଆରୀ ମାସରେ ସକାଳ ୮ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୮ଦିନ ବ୍ୟାପି ଲଗାତାର ବିଦୁ୍ୟତ କାଟ୍ କରାଯାଇଥିଲା । ଏବେ ପାଗ ପରିବର୍ତ୍ତନ ହୋଇ ଗରମ ଅନୁଭୁତ ହେଉଥିବା ବେଳେ ମରାମତି ଆଳରେ ବିଭାଗ ପକ୍ଷରୁ ଚଳିତ ମାସ ୮ତାରିଖ ଓ ୧୦ ତାରିଖ ସକାଳ ୮ରୁ ଦିନ ସାଢେ ୪ଟା ପର୍ଯ୍ୟନ୍ତ ବିଦୁ୍ୟତ କାଟ କରାଗଲା । ଯାହା ଫଳରେ ସାଧାରଣ ଲୋକେ ପାଣି ପାଇଁ ହନ୍ତସନ୍ତ ହେଲେ । ସକାଳ ୮ରୁ ବିଦୁ୍ୟତ୍ ସରବରାହ ବିଛିନ୍ନ କରିଦିଆଯିବା ଫଳରେ ଲୋକେ ପାଇପ ଯେଗେ ପାଣି ପାଇବାରୁ ଦିନ ତମାମ ବଞ୍ଚôତ ହେଲେ । ବିଦୁ୍ୟତ ଉପରେ ନିର୍ଭର କରି ସମଗ୍ର ଅଞ୍ଚଳରେ ଚାଲୁଥିବା ମିନି କାରଖାନା ଗୁଡିକ ବନ୍ଦ ହୋଇ ରହିବା ଫଳରେ ଦିନ ମଜୁରିଆମାନେ ନହିଁ ନଥିବା ଅସୁବିଧା ଭୋଗିଲେ । ତେବେ ଗରମ ଧିରେ ଧିରେ ବୃଦ୍ଧିପାଉଥିବା ବେଳେ ଚଳିତ ମାସ ୧୨ ଓ ୧୪ ତାରିଖରେ ମରାମତି ଆଳରେ ବିଦୁ୍ୟତ୍ ସରବରାହ ବନ୍ଦ ରହିବ ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷର ସୂଚନା ଦିଆଯାଇଛି । ବିଦୁ୍ୟତ ବିଭାଗର ଏଭଳି ନିତିକୁ ଉପଭୋକ୍ତା ନାପସନ୍ଦ କରିଛନ୍ତି ।