ଗୋ ଚିକିତ୍ସା ଶିବିର
ନିଶ୍ଚିନ୍ତକୋଇଲ : ଗୌଡପଡାଠାରେ ପଶୁ ସମ୍ପଦ ବିଭାଗ ପକ୍ଷରୁ ଏକ ଗୋ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୪ ରୁ ଊଦ୍ଧ୍ୱର୍ ଗୋରୁଙ୍କୁ ଚିକିତ୍ସା କରାଯାଇଥିଲା । କାର୍ଯ୍ୟକ୍ରମକୁ ଗୋ-ସମ୍ପଦ ବିଭାଗର ବିଭିଓ ଡାକ୍ତର ମିନକେତନ ପଣ୍ଡା, ଭିଏସ୍ ଡ. ରଶ୍ମିରଞ୍ଜନ ମିଶ୍ର, ଡ. ଲଲିତ ମୋହନ ବେହେରା, ଏମ୍ପିସିଏସ୍ ଶାରଦା ପ୍ରସାଦ ନାୟକ, ପି ଆଣ୍ଡ ଆଇ ସୁପରଭାଇଜର ଯୋଗଦେଇ ଗୋଚିକିତ୍ସା କରିଥିଲେ । କାର୍ଯ୍ୟକ୍ରମରେ ରାଜକୁମାର ଭୂୟାଁ, ଜୀବନ ବିଶ୍ୱାଳ, ବାଇଆ ଦାସ, ଅନୀଲ ସାହୁ ରୁଦ୍ରନାରାୟଣ ଦାସ ପ୍ରମୁଖ ସହଯୋଗ କରିଥିଲେ । ପଶୁ ସମ୍ପଦର ଏହିଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଥିଲା ।