ଲୋକସଭା ସାଂସଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ଉତ୍ସବ
ଜଟଣୀ,: ପୂର୍ବତଟ ରେଳପଥ ଅଧୀନ ଖୋର୍ଦ୍ଧାରୋଡ଼ ରେଳ କଲ୍ୟାଣ ମଣ୍ଡପ ପରିସରରେ ବିଗତ ର୍ନିବାଚନରେ ବିଜୟ କରିଥିବା ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଏକ ଭବ୍ୟ ସମାରୋହରେ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ଧନ୍ୟବାଦ ଅର୍ପଣ କରାଯାଇଛି । ଭାରତୀୟ ଜନତା ପାର୍ଟି ର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ଟାଣୁଆ ଯୁବ ନେତା ବିଶ୍ୱରଞ୍ଜନ ବଡଜେନା (ଲୁଲୁ) ଏହି ସଭାରେ ପୌରହିତ୍ୟ କରିଥିଲେ । ମଞ୍ଚ ପରି·ଳନା କରିଥିଲେ ପ୍ରଶାନ୍ତ କୁମାର ବେହେରା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ସୁଦୀପ୍ତ ରାୟ, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ରଶ୍ମିମୟି ପଟ୍ଟନାୟକ, ଖୋର୍ଦ୍ଧାଜିଲ୍ଲା ଉପସଭାନେତ୍ରୀ ରୋଜିନା ରାଣୀ ଦାଶ, ପ୍ରବିଣା ଭଞ୍ଜ ଦେଓ, ଡାକ୍ତର ବେହେରା, ନଗର ବିଜେପି ସଭାପତି ଲିଟୁ ରଞ୍ଜନ ରାଉତରାୟ, ସାଂସଦଙ୍କ ପ୍ରତିନିଧି ସତିଶ ଶର୍ମା, ପୂର୍ବତନ ସରପଞ୍ଚ ପ୍ରଦୋଷ ଜେନା, କାଉନସିଲର ଅର୍ଣ୍ଣପୂର୍ଣ୍ଣକ୍ଷ ସାହୁ, ମନୋଜ ନନ୍ଦ, ତିରୁପତି ଶତପଥୀଙ୍କ ସମେତ ବହୁ ଆଗଧାଡିର ବିଜେପି କର୍ମକର୍ତ୍ତା ମଞ୍ଚାସୀନ ଥିଲେ । ଏହି ଅବସରରେ ଜଟଣୀର ବହୁ ସଂଗଠନ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ମାନଙ୍କ ତରଫରୁ ମାନନୀୟା ସାଂସଦଙ୍କୁ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।