‘ନଦୀ ନିରବଧି’ ଖରସ୍ରୋତା ପୁସ୍ତକ ଉନ୍ମୋଚିତ

 ଯାଜପୁର: ପ୍ରକୃତିର ପରିବର୍ତ୍ତନ ହେଉ ଅବା ମଣିଷର ଅତ୍ୟାଚାରରେ ଆମ ଭାରତ ବର୍ଷରେ ଲୋପ ପାଇଯାଇଥିବା ସମସ୍ତ ନଦୀଙ୍କର ଅମର ଆତ୍ମା କିଭଳି ଉଜ୍ଜୀବୀତ ହୋଇ ପାରିବ ସେଥିପାଇଁ ଲେଖକଙ୍କ ବ୍ୟାକୁଳତା ପ୍ରକାଶ ପାଇଛି । ଯାଜପୁର ଜିଲ୍ଲା ତଥା ବିଞ୍ଝାରପୁର ମଧ୍ୟଭାଗରେ ଅବବାହିତ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରୁ ବାହାରିଥିବା ନାଳ ଗୁଡିକ ମଧ୍ୟରୁ  କାଣୀ, ଚନ୍ଦ୍ରିନାଳ, କଟାନାଗ ମୁଣ୍ଡ ନାଳୀ,ରୁକୁରା, ବାରହା, ବଡେଯାର, କାଉଁଶୀ ନଳା, କଳାନଳା, ଉସôଳୀ ନଳା, ବୁଢାଖାାଇ ନଳା,ଗୋହିରା, ଯିକିରା, ସିଙ୍ଗଡା ଯୋଡ, ବଙ୍ଗାରୁ, ନନ୍ଦିରନଳା, ନିଗରା, ବାଙ୍ଗୁସିଙ୍ଗନଳା, ବାରହା, ତଉଁରୀ, କୁମାରିଆ, କେଲୁଅ, ବୀରୂପା, ହଂସୁଆ, ପତଶୀଳ, କୋଏଲ, ଚମ୍ପାଲି ଯୋର, କୁରାଢିହ, ଅମୃତିହି, କୋରାପାଣି, ମାଙ୍କଡା, ଅସାରୀ, ସାମକୋଇ, ଗମ୍ଭାରିଆ, ରାଇଯୋର, ଇନ୍ଦ୍ରଜିତ, ରାମିଆଳ, ପାଣ୍ଡରା, ଦଉଦି  ଇତ୍ୟାଦି ସାନ ବଡ଼ ନାଳ ଗୁଡିକ ସେମାନଙ୍କ ଅସ୍ତିତ୍ୱ ହରାଇଥିବାରୁ ଲେଖକ ଶ୍ରୀ ଧଳମହାପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି । ଖରସୋ୍ରତା ଓ ବ୍ରହ୍ମଣୀ ନଦୀ ସହ ଯୋଡ଼ିହୋଇ ରହିଛି କେତେ ନଦୀର ଜୀବନ ନାଟିକା । ଯଦି ମୁଖ୍ୟ ନଦୀ ସ୍ୱତଃ ଲୀନ ହୋଇଯିବେ ବୋଲି କହିଛନ୍ତି । ଲେଖକ ଯେଉଁ ନଦୀ ବନ୍ଧ ବଞ୍ଚାଇବା ପାଇଁ ସଂଗ୍ରାମ କରୁଛନ୍ତି ସେହି ଗୁଡିକ ଉପରେ କୌଣସି ନଦୀ ବନ୍ଧ ହେଉନାହିଁ । ମାତ୍ର ସେମାନଙ୍କ ଜଳସ୍ରୋତ କମି କମିଯାଇ ସଂପ୍ରତି ଜୈବ ବିବିଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଖରସ୍ରୋତା ନଦୀର ଜଳସୋ୍ରତ ହ୍ରାସ ପାଇ ତାର ଅସ୍ତିତ୍ୱ ହରାଏ ତେବେ ନଷ୍ଟ ହୋଇଯିବ ଭିତରକିନିକାର ଜୈବମଣ୍ଡଳ । ସମୁଦ୍ରକୁ ଅକାରଣେ ଚାଲି ଯାଉଥିବା ମଧୁର ଜଳରାଶିକୁ ବ୍ୟାରେଜ କରି ଅଟକାଇ ନଦୀକୁ ସୁନାବ୍ୟା କରାଯିବା ଆବଶ୍ୟକ ବୋଲି ସେ ବର୍ଣ୍ଣନା କରିଛନ୍ତି । ଏଭଳି ଏକ ଜୀବନ୍ତ ଓ ବାସ୍ତବ ଘଟଣାବଳୀକୁ ନେଇ ଲେଖକ ଏକ ଯୁଗାନ୍ତକାରୀ ଉପନ୍ୟାସ ରଚନା କରିଛନ୍ତି ‘ନଦୀ ନିରବଧି’ଖରସୋ୍ରତା ପୁସ୍ତକ ମେଳାରେ ସଦ୍ୟ ଉନ୍ମୋଚିତ ହୋଇଛି । ଓଡିଶାର ବିଶିଷ୍ଠ ଗାଳ୍ପିକ ତଥା ଉପନ୍ୟାସିକ ରାଜ୍ୟବର୍ଦ୍ଧନ ଧଳମହାପାତ୍ରଙ୍କ ‘ନଦୀ ନିରବଧି’ସାହିତି୍ୟକ ଦାଶବେନେହୁର ଉନ୍ମୋଚନ କରି ଏହା ଉପରେ ବିଷଦ ଆଲୋକପାତ କରିଥିଲେ ମୁଖ୍ୟବକ୍ତା ଶଙ୍କର୍ଷଣ ପରିଡା । ପଦ୍ମାକର ଗୁରୁଙ୍କ ସଭାପତିତ୍ୱରେ ଉନ୍ମୋଚନ ଉସôବ ଅନୁଷ୍ଠିତ ହୋଇଥିଲା । ଏସମ୍ପର୍କରେ ଅଖିଳଚକ୍ରର ସମ୍ପାଦକ ହରେକୃଷ୍ଣ ପଣ୍ଡା ମତାମତ ଦେଇ କୁହନ୍ତି ଯେ, ଖରସ୍ରୋତା ବଞ୍ଚାଅ ଆନେ୍ଦାଳନ ଉପରେ ଲେଖକ ଦୃଷ୍ଟି ନିବଦ୍ଧକରି ଯାହା ଅବତାରଣା କରିଛନ୍ତି ତାହା ହୃଦୟସ୍ପର୍ଶୀ ହୋଇ ନଦୀ ବଞ୍ଚାଅ ଆନେ୍ଦାଳନକୁ ପ୍ରେରଣା ଯୋଗାଇଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋପୀନାଥ ଦାଶ ତାଙ୍କ ମନ୍ତବ୍ୟରେ ଖରସ୍ରୋତା ନଦୀର ଅବବାହିକାରେ ଥିବା ଜନସାଧାରଣ କିଭଳି ନଦୀ ସଭ୍ୟତାର ବଶବର୍ତି ହୋଇଥିଲେ ଏବଂ ପ୍ରକୃତି, ଅର୍ଥନୀତି ଓ କୃଷିର ଶ୍ରୀବୃଦ୍ଧି ଘଟାଇଥିଲେ ସେ ସମ୍ପର୍କରେନିଚ୍ଛକ ଦୃଷ୍ଟାନ ଉପନ୍ୟାସରେ ପଢିବାକୁ ମିଳେ ।